ମୁମ୍ବାଇ: କରୋନା ଭାଇରସ୍ ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ପରେ ସେଲିବ୍ରେଟିମାନେ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ହୋଇ ପଡ଼ିଛନ୍ତି। ଘରେ ବନ୍ଦ ହୋଇ ରହି ସେଲିବ୍ରେଟିମାନେ କ’ଣ ସବୁ କରୁଛନ୍ତି ସେମାନଙ୍କ ସୋସିଆଲ୍ ମିଡିଆ ପୋଷ୍ଟରୁ ଜଣାପଡ଼ିଯାଉଛି।
‘କିଉଁକି ଶାଶ ଭି କଭି ବୋହୂ ଥୀ’ର ଅଭିନେତ୍ରୀ ଜୟା ଭଟ୍ଟାଚାର୍ଯ୍ୟଙ୍କ କଥା ଆପଣଙ୍କ ମନେ ଅଛି ତ? ସେ ଏହି ଲକ୍ଡାଉନ୍ ସମୟରେ ନିଜ ମୁଣ୍ଡରୁ କେଶ ଚାଞ୍ଛି ଦେଇ ଲଣ୍ଡା ହୋଇ ଯାଇଥିବା ଦେଖିବାକୁ ମିଳିଛି। ସେ ଲଣ୍ଡା ହୋଇ ତାଙ୍କ ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି।
ସେ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି, ‘ଯେତେଥର ବି କୁକୁରକୁ ଖାଇବାକୁ ଦେବାକୁ କିମ୍ବା ବାହାରକୁ ରାସନ ବାଣ୍ଟିବାକୁ ଯାଏ ମୁଁ କେଶକୁ ଖୁବ୍ ଭଲ ଭାବେ ଧୁଏ। ଦିନ ହେଉ କି ରାତି ହେଉ, ବାହାରୁ ଆସିବା ପରେ ମୁଁ ମୋର ସଂପୂର୍ଣ୍ଣ ପୋଷାକ ସହ କେଶ ବି ଧୋଇଥାଏ। କେବଳ ମୁଁ ନୁହେଁ, ଆମ ଘରର ସବୁ ଲୋକ ଏହାକୁ ମାନନ୍ତି। ସବୁଥର ମୁଣ୍ଡ ଧୋଇବା ମୋ ପାଇଁ ବେଶ୍ କଷ୍ଟ ହେଉଛି ବୋଲି ଅନୁଭବ କରିବା ପରେ ମୁଁ ଏପରି ନିଷ୍ପତ୍ତି ନେଇଛି।’ ପରବର୍ତ୍ତୀ ଭିଡିଓରେ ସେ କେଶ କାଟି ଦେଇଥିବାର ଦେଖିବାକୁ ମିଳିଛନ୍ତି। ଲୋକଙ୍କ ସାହାଯ୍ୟ କରିବା ପାଇଁ ସେ ତାଙ୍କ ସୌନ୍ଦର୍ଯ୍ୟ ସହ ସାଲିସ୍ କରିବାକୁ ବି ପଛାଇ ନାହାନ୍ତି।