ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଅଭିନେତା କିରନ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ନିଜକୁ ୧୦ ଦିନ ଧରି ସେଲ୍ଫ କ୍ବାରେଣ୍ଟାଇନରେ ରଖିଥିଲେ।
ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଭିନେତା ଜଣକ ନିଜେ କରୋନା ଭାଇରସ୍ ଆକ୍ରାନ୍ତ ବୋଲି ଖୁଲାସା କରିଛନ୍ତି। ସେ ତାଙ୍କର ଭିନ୍ନ ଏକ ଅସୁସ୍ଥତା କାରଣରୁ ହସ୍ପିଟାଲ୍ ଯାଇଥିଲେ ଓ ସେଠାରେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୋଇଥିଲା କହିଛନ୍ତି।
ତାଙ୍କ ଭିତରେ ପ୍ରଥମେ କେତେକ କରୋନା ଲକ୍ଷଣ କିଛି ଦେଖା ଯାଇନଥିଲା। ମାତ୍ର ହସ୍ପିଟାଲ୍ ଯାଇଥିବା ହେତୁ ସେ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଥିଲେ ଓ ରିପୋର୍ଟରୁ କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଥିଲା।

The Indian Express
ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ କିରନଙ୍କର ମେ ୨୫ ତାରିଖରେ ପୁଣି ଥରେ ପରୀକ୍ଷା କରାଯିବ। ସେ ଆହୁରି ବି କହିଛନ୍ତି ଯେ ତାଙ୍କୁ ପୂରାପୂରି ସୁସ୍ଥ ଲାଗୁଛି ଓ କରୋନା ପଜିଟିଭ୍ ବାହାରିବାର ୧୦ ଦିନ ପରେ ବି ସେ କୌଣସି ପ୍ରକାରର ଅସୁସ୍ଥତା ଅନୁଭବ କରୁନାହାନ୍ତି।