ନୂଆଦିଲ୍ଲୀ: ଜଷ୍ଟିସ ହେମା କମିଟିଙ୍କ ରିପୋର୍ଟ ସାମ୍ନାକୁ ଆସିବା ପରେ ମାଲାୟାଲମ ସିନେମା ଇଣ୍ଡଷ୍ଟ୍ରିରେ ଆଲୋଡନ ଖେଳି ଯାଇଛି। ଜଣକପରେ ଜଣେ  ଅଭିନେତ୍ରୀ ତଥା ସିନେମା ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଥିବା ମହିଳାମାନେ ନିଜ ସହିତ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯାତନାକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି। ସେମାନେ ସିନେମା ଦୁନିଆର ନାମୀଦାମୀ ଅଭି‌ନେତା ଓ ନିର୍ମାତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

Advertisment

ଅଭିଯୋଗ  ହୋଇଥିବା ଅଭି‌ନେତା ଓ ନିର୍ମାତାଙ୍କ ମଧ୍ୟରେ ଅଭିନେତା ତଥା ସିପିଆଇ(ଏମ) ଏମଏଲଏ ମୁକେଶ ବି ସାମିଲ ଅଛନ୍ତି। ମୁକେଶଙ୍କ ବିରୋଧରେ ଜଣେ ମହିଳା ଯୌନ ନିର୍ଯାତନା ଦେବା ଅଭି‌ଯୋଗ କରିବା ପରେ ଦଳରୁ ଲୋକଙ୍କ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏହି କ୍ରମ‌ରେ ମୁକେଶଙ୍କ ପ୍ରଥମ ସ୍ତ୍ରୀ ସରିତା କିଛିବର୍ଷ ତଳେ ଦେଇଥିବା ମନ୍ତବ୍ୟ ଭାଇରାଲ ହୋଇଛି। 

ଯେଉଁଥିରେ ସରିତା କହିଥିଲେ,‘ବିବାହ ପରେ ମୁକେଶ ମୋତେ ଶାରୀରିକ ମାନସିକ ନିର୍ଯାତନା ଦେଇଥିଲେ। ଏମିତି କି ମୁଁ ଅନ୍ତସତ୍ତ୍ବା ଥିବା ବେଳେ ସେ ମୋ ପେଟକୁ ଅନେକଥର ଗୋଇଠା ବି ମାରିଛନ୍ତି। ମୋର ବାପାଙ୍କ ମୃତ୍ୟୁ ହୋଇଯିବା ପରେ ମୋ ଶ୍ବଶୁରଙ୍କୁ ବାପା ବୋଲି ମାନି ନେଇଥିଲି। 
ତେଣୁ ଶ୍ବଶୁର ମୋତେ ଏସବୁ କଥା ଗଣମାଧ୍ୟମ ସାମ୍ନାରେ କହିବାକୁ ବାରଣ କରିଥିଲେ। ଶ୍ବଶୁରଙ୍କ ଦେହାନ୍ତ ହୋଇଯାଇଥିବା ସତ୍ତ୍ବେ ତାଙ୍କରି କଥାକୁ ସମ୍ମାନ ଜଣାଇ ଆଜି ପର୍ଯ୍ୟନ୍ତ ଚୁପ ରହିଥିଲି। କିନ୍ତୁ ମୋ ଚୁପ ରହିବାକୁ ଲୋକେ ମୋ ଦୁର୍ବଳତାର ନାମ ଦେଲେ ସେଥିପାଇଁ ମୁହଁ ଖୋଲିବା ପାଇଁ ବାଧ୍ୟ ହୋଇଛି।’

ସେପ୍ଟେମ୍ବର ୯ରେ ନୂଆଖାଇ ଛୁଟି, ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ-ଶିକ୍ଷାନୁଷ୍ଠାନ