ଅନୁଷ୍କାଙ୍କୁ ନେଇ ଏଭଳି ଅଭିଯୋଗ ଆଣିଲେ ପ୍ରଭାସ

ମୁମ୍ବାଇ : ଫିଲ୍ମ ବାହୁବଳୀ ରିଲିଜ୍‌ ହେବା ପରେ ଘରେ ଘରେ ପରିଚିତ ହୋଇଥିଲେ ଅଭିନେତା ପ୍ରଭାସ । ଏବେ ସେ ନିଜ ଫିଲ୍ମ ସାହୋକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମ ଜରିଆରେ ପ୍ରଭାସ ବଲିଉଡ୍‌ରେ ଡେବ୍ୟୁ କରିବା ସହ ଫିଲ୍ମଟି ବ୍ଲକ୍‌ବଷ୍ଟର ହେବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ତେବେ ଫିଲ୍ମକୁ ଛାଡ଼ିଦେଲେ ପ୍ରଭାସ ସବୁବେଳେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅନୁଷ୍କାଙ୍କ ସହ ତାଙ୍କ ନାଁ ଯୋଡ଼ା ଯାଉଥିବା ବେଳେ ଦୁହେଁ ଏହି ଖବରକୁ ଅନେକ ସମୟରେ ଅସ୍ୱୀକାର କରି ଆସିଛନ୍ତି ।

Related image
India TV

ତେବେ ଏକ ସାକ୍ଷାତକାରରେ ଅନୁଷ୍କାଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ପ୍ରଭାସ । ଏକ ତେଲୁଗୁ ଚ୍ୟାନେଲ ସହ କଥା ହୋଇ ସେ କହିଛନ୍ତି, ଅନୁଷ୍କାଙ୍କୁ ଯେତେବେଳେ ବି ଫୋନ କଲେ ସେ ଉଠାନ୍ତି ନାହିଁ । ତେବେ ଅନୁଷ୍କାଙ୍କୁ ନେଇ ଏଭଳି ଅଭିଯୋଗ କରିବା ସହ ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା ମଧ୍ୟ ପ୍ରଭାସ କରିଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର