ବାଜି ମାରିଲେ ପ୍ରଭାସ, ରଣବୀରଙ୍କ ହାତରୁ ଚାଲିଗଲା ବଡ଼ ବଜେଟର ଫିଲ୍ମ

ନୂଆଦିଲ୍ଲୀ: ବାଜି ମାରିଲେ ସାଉଥ୍ ସୁପରଷ୍ଟାର ପ୍ରଭାସ। ‘ଅଜୁର୍ନ ରେଡ୍ଡୀ’ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ବାଙ୍ଗା ରେଡ୍ଡୀ ‘ଡେଭିଲ’ ଶୀର୍ଷକ ଥିବା ଫିଲ୍ମ ନିର୍ମାଣ କରୁଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିବେ ପ୍ରଭାସ। ପ୍ରଭାସଙ୍କ ପୂର୍ବରୁ ଏହି ଫିଲ୍ମର ଅଫର ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ମିଳିଥିଲା। କିନ୍ତୁ ଏବେ ଫିଲ୍ମରେ ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ବୋଲି ଜଣା ପଡ଼ିଛି।

Image result for actor-prabhas and ranbir kapoor

ସୂଚନା ମୁତାବକ, ପ୍ରଥମେ ଏହି ଫିଲ୍ମ ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ଅଫର କରାଯାଇଥିଲା। କିନ୍ତୁ କାହାଣୀଟି ମୋର ପ୍ରଶଂସକମାନଙ୍କୁ ପସନ୍ଦ ଆସିବ ନାହିଁ ବୋଲି କହି ମହେଶ ବାବୁ ଫିଲ୍ମ କରିବାକୁ ମନା କରି ଦେଇଥିଲେ। ଯାହା ପରେ ସନ୍ଦୀପ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଫିଲ୍ମର ଅଫର ଦେଇଥିଲେ। ପୂର୍ବରୁ ରଣବୀର ହିଁ ଫିଲ୍ମ ‘ଡେଭିଲ’ରେ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଫିଲ୍ମର ମୁଖ୍ୟ ଅଭିନେତା ବଦଳିଛନ୍ତି। ରଣବୀର କପୁରଙ୍କ ପରିବର୍ତ୍ତେ ସାଉଥ୍ ସୁପରଷ୍ଟାର ପ୍ରଭାସ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର