ମୃତ୍ୟୁ ପୂର୍ବରୁ ଅଭିନେତା ଫେସବୁକରେ ଲେଖି ଯାଇଛନ୍ତି ଏଭଳି ଭା‌ବବିହ୍ବଳ କଥା…

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଫିଲ୍ମ ‘ୟୁନିଫ୍ରିଡୋମ’ରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ କରୋନାରେ ମୃତ୍ୟୁ ହୋଇଛି। ରାହୁଲ ଉତ୍ତରାଖଣ୍ଡର ଡିଜିଟାଲ ପ୍ଲାଟଫର୍ମର ଜଣେ ଲୋକପ୍ରିୟ ଚେହେରା ଥିଲେ।

ଥିଏଟର ନିର୍ଦେଶକ ଏବଂ ପ୍ଲେ ରାଇଟର ଅରବିନ୍ଦ ଗୌର ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ ରାହୁଲଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ।

ରାହୁଲ ଭୋରା ଗତ ଶନିବାର ଫେସବୁକ୍‌ରେ ଏକ ପୋଷ୍ଟ ଲେଖି ଲୋକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦୁଃଖର କଥା ସେ ଏହି ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ।
କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ଏହାକୁ ନେଇ ସେ ଫେସବୁକ୍‌ରେ ଏକ ପୋଷ୍ଟ କରିଥିଲେ।

ରାହୁଲ ଭୋରା ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ ଲେଖିଥିଲେ, ‘ଯଦି ମୋତେ ଭଲ ଚିକିତ୍ସା ମିଳିଥାଆନ୍ତା ମୁଁ ବଞ୍ଚିଯାଇଥାନ୍ତି। ତୁମର ରାହୁଳ ଭୋରା। ଏଥିସହିତ ସେ ଲେଖିଛନ୍ତି, ଖୁବ ଶୀଘ୍ର ଜନ୍ମ ନେବି। ଭଲ କାମ କରିବି। ଏବେ ଆଶା ଛାଡ଼ି ଦେଇଛି।’

ଏହି ଦୁଃଖଦ ଖବରକୁ ନେଇ ଅରବିନ୍ଦ ଗୌର ଲେଖିଛନ୍ତି, ‘ରାହୁଲ ଭୋରା ଆଉ ନାହାନ୍ତି। ମୋର ସବୁଠୁ ଯୋଗ୍ୟ କଳାକାର ଏଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ଗତକାଲିର କଥା ଯେତେବେଳେ ସେ ମୋ ସହିତ କଥା ହୋଇ କହିଥିଲେ କି ଯଦି ଭଲ ଚିକିତ୍ସା ମିଳିଥାଆନ୍ତା ତେବେ ମୋ ଜୀବନ ବଞ୍ଚି ଯାଇପାରି ଥାଆନ୍ତା।

ରାହୁଲଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରୁ ଆୟୁଷ୍ମାନ, ଦ୍ବାରକା ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚା ଯାଇପାରିଲା ନାହିଁ। ଆମକୁ କ୍ଷମା କରିଦେବ ରାହୁଲ, ଆମେ ତୁମର ଅପରାଧୀ। ଶେଷ ନମସ୍କାର’

ସମ୍ବନ୍ଧିତ ଖବର