ମୃତ୍ୟୁ ପୂର୍ବରୁ ଅଭିନେତାଙ୍କ ଭିଡିଓ ସାମ୍ନାକୁ ଆସିଲା, ଡାକ୍ତର ଅକ୍ସିଜେନ ବଦଳରେ ଖାଲି ମାସ୍କ ଲଗାଇ ଚାଲି ଯାଇଥି‌ଲେ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଫିଲ୍ମ ‘ୟୁନିଫ୍ରିଡୋମ’ରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ ଗତ ରବିବାର କରୋନାରେ ମୃତ୍ୟୁ ହୋଇ ଯାଇଛି। ରାହୁଲ ଉତ୍ତରାଖଣ୍ଡର ଡିଜିଟାଲ ପ୍ଲାଟଫର୍ମର ଜଣେ ଲୋକପ୍ରିୟ ଚେହେରା ଥିଲେ। ତେବେ ମୃତ୍ୟୁ ପରେ ରାହୁଲଙ୍କ ସ୍ତ୍ରୀ ଜ୍ୟୋତି ତିୱାରୀ ଭାଙ୍ଗି ପଡ଼ିଥିବା ବେଳେ ସ୍ବାମୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।
ଜ୍ୟୋତି ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ରାହୁଲଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ହସ୍ପିଟାଲ ଅବହେଳାର ଚିତ୍ର ସାମ୍ନାକୁ ଆସୁଛି।

ଭିଡିଓରେ ରାହୁଲ ଅକ୍ସିଜେନ ମାସ୍କ ମୁହଁରୁ କାଢ଼ି କହୁଛନ୍ତି, ଏହାର ବହୁତ ମୂଲ୍ୟ ଅଛି ବର୍ତ୍ତମାନ ସମୟରେ। ଏହା ବିନା ମଣିଷ ଛଟପଟ ହୋଇଯାଏ। ଏହାପରେ ସେ ମାସ୍କକୁ ପୁଣିଥରେ ଲଗାଉଛନ୍ତି। ଏବଂ କହୁଛନ୍ତି ଏଥିରୁ କିଛି ବି ଅକ୍ସିଜେନର ସାହାରା ମିଳୁନାହିଁ। ଅସୁବିଧା କହିଲେ ହସ୍ପିଟାଲ କର୍ମଚାରୀ କହୁଛନ୍ତି ଅପେକ୍ଷା କର ଗୋଟେ ମିନିଟରେ ଆସୁଛୁ, ଦୁଇ ମିନିଟରେ ଆସୁଛୁ। ଯନ୍ତ୍ରଣା ହେଲେ ଡାକ ଛାଡ଼ିଲେ କେହି ବି ଶୁଣୁ ନଥିଲେ।

ରାହୁଲଙ୍କ ସ୍ତ୍ରୀ ଲେଖିଛନ୍ତି, ପ୍ରତ୍ୟେକ ରାହୁଲଙ୍କ ପାଇଁ ନ୍ୟାୟ। ମୋ ରାହୁଲ ତ ଚାଲିଗଲେ ଏହା ସମସ୍ତଙ୍କୁ ଜଣା। କିନ୍ତୁ କେମିତି ଗଲେ ତାହା କେହି ଜାଣି ନାହାନ୍ତି। ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲ। ଏମିତି ଚିକିତ୍ସା କରାଯାଏ ସେଠାରେ । ଆଶା କରୁଛି ମୋର ସ୍ବାମୀଙ୍କୁ ନ୍ୟାୟ ମିଳୁ। ରାହୁଲଙ୍କ ଭଳି ଏଦୁନିଆ ଛାଡ଼ି କେହି ନଯାଆନ୍ତୁ।

ରାହୁଲ ଭୋରା ଗତ ଶନିବାର ଫେସବୁକ୍‌ରେ ଏକ ପୋଷ୍ଟ ଲେଖି ଲୋକଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦୁଃଖର କଥା ସେ ଏହି ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ।

Rahul Vohra's Wife Demands Justice for His Death, Shares Video Showing Medical Negligence

କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ଏହାକୁ ନେଇ ସେ ଫେସବୁକ୍‌ରେ ଏକ ପୋଷ୍ଟ କରିଥିଲେ।

ରାହୁଲ ଭୋରା ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ ଲେଖିଥିଲେ, ‘ଯଦି ମୋତେ ଭଲ ଚିକିତ୍ସା ମିଳିଥାଆନ୍ତା ମୁଁ ବଞ୍ଚିଯାଇଥାନ୍ତି। ତୁମର ରାହୁଲ ଭୋରା। ଏଥିସହିତ ସେ ଲେଖିଛନ୍ତି, ଖୁବ ଶୀଘ୍ର ଜନ୍ମ ନେବି। ଭଲ କାମ କରିବି। ଏବେ ଆଶା ଛାଡ଼ି ଦେଇଛି।’

ସମ୍ବନ୍ଧିତ ଖବର