ରଣବୀର କପୁର କ’ଣ ଏହି ରୋଗରେ ପୀଡିତ ?

ମୁମ୍ବାଇ: ବଲିଉଡ୍‌ର ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ବେଲା ଭଲ ନାହିଁ। କାରଣ ତାଙ୍କର ଗୋଟିଏ ବି ସିନେମା ଭଲ ଚାଲୁନି। ତେଣେ ତାଙ୍କ ଅଭିନୀତ ସିନେମା ‘ଦତ୍ତ’ ର ରିଲିଜ୍‌ ତାରିଖ ଘୁଞ୍ଚି ଯାଇଛି। ତେଣେ ତାଙ୍କ ପାଇଁ ଅୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଅଟକିଛି। ଏସବୁ ଭିତରେ ଗୋଟିଏ ଖବର ଆସିଛି କି ରଣବୀର କପୁର ଏବେ ଅସୁସ୍ଥ। ତାଙ୍କୁ କୁଆଡେ ଟାଇଫଏଡ୍‌ ହୋଇଛି।

photo-navbharattimes

ଶୁଣିବାକୁ ମିଳୁଛି ଯେ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସମୟରେ ତାଙ୍କୁ ଫିଟ୍‌ ରଖିବା ଲାଗି ଡାକ୍ତର କିଛି ନିର୍ଦ୍ଧିଷ୍ଟ ଡାଏଟ୍‌ ଖାଇବାକୁ ପରାମର୍ଶ ଦେଇଥିଲେ। ଏହାକୁ ବି ରଣବୀର୍‌ ମାନୁଥିଲେ ହେଲେ ତାହା ତାଙ୍କ ଦେହରେ ଗଲା ନାହିଁ।ଏହାଫଳରେ ସେ ଏବେ ଅସୁସ୍ଥତାର ଶିକାର ହୋଇଛନ୍ତି। ତାଙ୍କୁ ଟାଇଫଏଡ୍‌ ହେବାପରେ ନିୟମିତ ଚିକିତ୍ସା ଅବଶ୍ୟ ଚାଲିଛି। ଏହି କାରଣରୁ ସେ ଦୀପିକା ପାଦୁକୋନଙ୍କ ସହ ରାମ୍ପ ସୋ’କୁ ବାତିଲ କରିଛନ୍ତି। ଏପରିକି ପ୍ରଖ୍ୟାତ ଅଭିନେତ୍ରୀ ଶବାନା ଆଜମୀଙ୍କ ଗାଆଁରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମ ବି ବାତିଲ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର