ଟ୍ଵିଟ୍‌ କରି କେରଳବାସୀଙ୍କ ପାଇଁ ସାହାଯ୍ୟ ମାଗିଲେ ଅଭିନେତା ସିଦ୍ଧାର୍ଥ, ରଖିଲେ ଡୋନେସନ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଗତ ୧୦୦ବର୍ଷ ମଧ୍ୟରେ ହୋଇ ନ ଥିବା ପ୍ରଳୟଙ୍କରୀ ବନ୍ୟାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ଲାଗି ରହିବା ସହ ବନ୍ୟା ପରିସ୍ଥିତି ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଏ ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୨୪ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଏ ନେଇ ଦେଶର ଲୋକମାନଙ୍କୁ ସାହାଯ୍ୟ କରିବାକୁ କୁହାଯାଇଛି । ସମସ୍ତେ କିଛି ନା କିଛି ଦାନ କରିବା ପାଇଁ କୁହାଯାଉଥିବା ବେଳେ ଅଭିନେତା ସିଦ୍ଧାର୍ଥ ଟ୍ଵିଟରରେ ଡୋନେସନ ଚ୍ୟାଲେଞ୍ଜ ରଖିଛନ୍ତି ।

ସାଉଥ ସୁପରଷ୍ଟାର ସିଦ୍ଧାର୍ଥ ନିଜ ଟ୍ଵିଟର ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଦାନ କରି ସାରିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଏହି କାମ କରିବାକୁ ଟ୍ଵିଟ୍‌ କରି କହିଛନ୍ତି । ଏହା ଆମର ଦାୟିତ୍ୱ । କେରଳବାସୀ ଆଜି ଯେଉଁ ପରିସ୍ଥିତିର ସାମ୍ନା କରୁଛନ୍ତି ସେଥିରୁ ଆମେ ସେମାନଙ୍କୁ ବାହାର କରିବା ଦରକାର ବୋଲି ଟ୍ଵିଟ୍‌ କରିଛନ୍ତି । ସିଦ୍ଧାର୍ଥଙ୍କ ସହ ଅଭିନେତା କାର୍ଥି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୫ଳକ୍ଷ ଟଙ୍କା ସାହାଯ୍ୟ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର