ମୁମ୍ବାଇ: କିଛି ଦିନ ତଳେ ବଲିଉଡ କଳାକାର ସୋନୁ ସୁଦଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସୋନୁ ଜୁହୁସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି ଏବଂ ଏଭଳି କରିବା ପୂର୍ବରୁ ବିଏମସିର ଅନୁମତି ନେଇନାହାନ୍ତି ବୋଲି ବିଏମସି ଅଭିଯୋଗ କରିଥିଲା। ଏହା ପରେ ଘର ଭାଙ୍ଗିବା ପାଇଁ ନୋଟିସ ପଠାଇଥିଲା। ନୋଟିସ ବିରୋଧରେ ସୋନୁ ପ୍ରଥମେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ୨ଦିନ ପାଇଁ ଘର ଭଙ୍ଗା ଉପରେ ବମ୍ବେ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିଲେ ମଧ୍ୟ ପରେ ରୋକ ଲଗାଇବାକୁ ମନା କରିଦେଇଥିଲେ।
ବମ୍ବେ ହାଇକୋର୍ଟର ରାୟ ପରେ ଏବେ ସୋନୁ ସୁଦ୍ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ବିଏମସିର ଘର ଭାଙ୍ଗିବା ନୋଟିସ ଉପରେ ରୋକ ଲଗାାଇବା ପାଇଁ ସୋନୁ ସୁଦ ଅପିଲ କରିଛନ୍ତି। ସୋନୁ ସୁଦ ଏମଆରଟିପି ଅନୁଯାୟୀ ବିଏମସି ପକ୍ଷରୁ ଦିଆଯାଇଥିବା ନୋଟିସ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।
FilmiBeatଉଲ୍ଲେଖଯୋଗ୍ୟ, ମୁମ୍ବାଇରେ ଥିବା ତାଙ୍କ ଘରେ ବେଆଇନ ନିର୍ମାଣକୁ ନେଇ ବିଏମସି ସୋନୁ ସୁଦଙ୍କୁ ଦୁଇଟି ନୋଟିସ୍ ଜାରି କରିଛି। ଗୋଟିଏ ନୋଟିସରେ ସୋନୁ ବେଆଇନ୍ ନିର୍ମାଣ କରୁଥିବା ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ‘ଉପଯୋଗରେ ପରିବର୍ତ୍ତନ’ ସଂପର୍କରେ ଉଲ୍ଲେଖ କରାଯାଇଛି। ବମ୍ବେ ହାଇକୋର୍ଟ ସୋନୁ ସୁଦ୍ଙ୍କ ଘର ଭାଙ୍ଗିବା ନେଇ ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/t-205.jpg)