ଡ୍ରଗ୍ସ ମାମଲା ନେଇ ବଲିଉଡ୍ ଅଭିନେତା ବିବେକ ଓବରଏଙ୍କ ଘରେ କର୍ଣ୍ଣାଟକ ପୁଲିସର ଅତର୍କିତ ଚଢ଼ାଉ

ବେଙ୍ଗାଲୁର: ବଲିଉଡ ଅଭିନେତା ବିବେକ ଓବେରୟଙ୍କ ମୁମ୍ବାଇସ୍ଥିତ ଘରେ ବେଙ୍ଗାଲୁରୁ ପୁଲିସର ଦୁଇଜଣ ଇନ୍ସପେକ୍ଟର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ବିବେକ ଓବରଏଙ୍କ ଶଳା ଆଦିତ୍ୟ ଅଲଭାଙ୍କର ଚନ୍ଦନକାଠ ଡ୍ରଗ୍ସ କାରବାରରେ ସଂପୃକ୍ତି ରହିଛି। ଆଦିତ୍ୟ ଅଲଭାଙ୍କୁ ଖୋଜିବା ଲାଗି ବେଙ୍ଗାଲୁରୁ ପୁଲିସ ସର୍ଚ୍ଚ ଓ୍ବାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁସ୍ଥିତ ଘରେ ପହଞ୍ଚି ଥିଲା। ମଧ୍ୟାହ୍ଣ ୧ଟା ବେଳେ ପୁଲିସ ବିବେକଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚିଥିଲା ଓ ପ୍ରାୟ ଅଢ଼େଇଘଣ୍ଟା ଧରି ସର୍ଚ୍ଚ ଅପରେସନ୍ ଚଳାଇଥିଲା।

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ଆଦିତ୍ୟ ଅଲଭା ଫେରାର ଅଛନ୍ତି। ଆଦିତ୍ୟ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ଭଉଣୀ ପ୍ରିୟଙ୍କା ବିବେକ ଓବରଏଙ୍କୁ ବିବାହ କରିଛନ୍ତି। ପୁଲିସକୁ ସୂଚନା ମିଳିଥିଲା ଯେ ଆଦିତ୍ୟ ଭିଣୋଇ ବିବେକଙ୍କ  ଘରେ ଲୁଚି ରହିଛନ୍ତି। ଏଥିପାଇଁ କୋର୍ଟରୁ ଓ୍ବାରେଣ୍ଟ ନିଆଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ବେଙ୍ଗାଲୁରୁରୁ ମୁମ୍ବାଇ ଆସି ତାଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରିଥିଲା। ଗତ ମାସରେ ତାଙ୍କର ଫାର୍ମହାଉସରେ ଚଢ଼ାଉ ହୋଇଥିଲା। ତେବେ ସନ୍ଦେହ ରହିଛି ବିବକେଙ୍କ ଘରେ ହୋଇଥିବା ଥିବା ଭୋଜିରେ ଡ୍ରଗ୍ସ ସେବନ ହୋଇଥିଲା।

Sandalwood drug case: Bengaluru police search actor Vivek Oberoi's house in Mumbai in connection with Aditya Alva
Bangalore Mirror

ବଲିଉଡ ଭଳି ସାଉଥ ସିନେ-ଶିଳ୍ପରେ  ଡ୍ରଗ୍ସ କାରବାରକୁ ନେଇ ଖୁଲାସା ହୋଇଥିଲା। ଏହି ହାଇପ୍ରୋଫାଇଲ୍ ଡ୍ରଗ୍ ମାମଲାରେ ଅନେକ ବଡ଼ ବଡ଼ ନାଁ ସାମନାକୁ ଆସିଥିଲା। କେତେକ  ମଧ୍ୟ ଗିରଫ ହୋଇଥିଲେ। ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା। ଏହି କ୍ରମରେ ଆଦିତ୍ୟ ଅଲଭାଙ୍କ ବେଙ୍ଗାଲୁରୁ ଘରେ ମଧ୍ୟ ପୁଲିସ ଯାଞ୍ଚ କରିଛି। ଆଦିତ୍ୟ ଅଲଭାଙ୍କ ବିରୋଧରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ କଥିତ ଭାବେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର