କେତେକ ସିନେମାରେ ନାୟକମାନେ ମଧ୍ୟ ମହିଳାଙ୍କ ଗେଟ୍ଅପ୍ରେ ନଜର ଆସିଛନ୍ତି ।ଆସନ୍ତୁ ଜାଣିବା ସେହି କଳାକାରଙ୍କ ଉପରେ ନଜର ପକାଇବା…..
ଅମିତାଭ ବଚ୍ଚନ:ପ୍ରକାଶ ବେହେରାଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ଲାଓ୍ଵାରିସ୍’(୧୯୮୧) ରେ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ମହିଳା ଗେଟଅପ୍ରେ ଦେଖା ଦେଇଥିଲେ।ଏହି ଗେଟଅପ୍ରେ ଅମିତାଭଙ୍କ ଉପରେ ପିକ୍ଚରାଇଜ୍ ହୋଇଥିଲା ଲୋକପ୍ରିୟ ଗୀତ-ମେରେ ଅଙ୍ଗନେମେଁ.. ତୁହ୍ମାରା କ୍ୟା କାମ୍ ହେ…।
ସଲମାନ୍ ଖାନ୍: ବଲିଉଡ଼୍ର ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜାନ୍-ଏ ମନ୍’ରେ ଜଣେ ମହିଳାଙ୍କର ଦମ୍ଦାର ଚରିତ୍ରରେ ନଜର ଆସିଥିଲେ। ତେମେ ଏଥିପାଇଁ ବିଶେଷ ଚର୍ଚ୍ଚାରେ ରହି ନଥିଲେ ସଲମାନ୍ ଖାନ୍।
ସୈଫ୍ ଅଲ୍ଲୀ ଖାନ୍:ବଲିଉଡ଼୍ର ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ଙ୍କୁ ସାଜିଦ୍ ଖାନ୍ଙ୍କ ନିର୍ଦ୍ଦେଶିତ ‘ହମଶକଲସ’ରେ ନାରୀ ଗେଟ୍ଅପ୍ରେ ଦେଖିବାକୁ ମିଳିଥିଲା।
ଅମୀର୍ ଖାନ୍: ୧୯୯୧ରେ ମୁକ୍ତିଲାଭ କରିଥିବା ଆଶୁତୋଷ ଗୋଓ୍ଵାରିକରଙ୍କ ଫିଲ୍ମ ‘ବାଜି’ରେ ଅମୀର୍ ଖାନ୍ଙ୍କୁ ନାରୀ ଭୂମିକାରେ ଦେଖିବାକୁ ମିଳିଥିଲା।
ଶାହରୁଖ୍ ଖାନ୍: ପ୍ରଖ୍ୟାତ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଫିଲ୍ମ ‘ଡ଼ୁପ୍ଲିକେଟ୍’(୧୯୯୮)ରେ ଶାହରୁଖ୍ ଖାନ୍ ମହିଳା ଗେଟ୍ ଅପ୍ରେ ନଜର ଆସିଥିଲେ। ଏହି ସିନେମାରେ ତାଙ୍କର ନାୟିକା ବନିଥିଲେ ସୋନାଲୀ ବେନ୍ଦ୍ରେ।

ସଞ୍ଜୟ ଦତ୍ତ:୧୯୮୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ମେରା ଫେସଲା’ରେ ଆକ୍ସନ୍ ଷ୍ଟାର୍ ସଞ୍ଜୟ ଦତ୍ତଙ୍କୁ ମହିଳା ଗେଟ୍ ଅପ୍ରେ ଦେଖିବାକୁ ମିଳିଥିଲା।
ସାହିଦ୍ କପୁର୍:ଜଣାଶୁଣା ନିର୍ଦ୍ଦେଶକ ସତୀଶ୍ କୌଶିକ୍ଙ୍କ ‘ମିଲେଙ୍ଗେ ମିଲେଙ୍ଗେ୍’ ସିନେମାରେ ସାହିଦ୍ କପୁର୍ ନଜର ଆସିଥିଲେ ମଡ଼ର୍ଣ୍ଣ ଗର୍ଲ ଗେଟ୍ଅପ୍ରେ। ଏହା ୨୦୧୦ରେ ରିଲିଜ୍ ହୋଇଥିଲା।
ଅକ୍ଷୟ କୁମାର: ୧୯୯୨ରେ ମୁକ୍ତିଲାଭ କରିଥିବା ଅବ୍ବାସ -ମସ୍ତାନଙ୍କ ନିର୍ଦ୍ଦେଶିତ ‘ଖିଲାଡ଼ି’ରେ ଖିଲାଡ଼ି କୁମାରଙ୍କୁ ବି ମହିଳା ଗେଟ୍ଅପ୍ରେ ଦେଖିବାକୁ ପାଇଥିଲେ ଦର୍ଶକ।

ଗୋବିନ୍ଦା:୧୯୯୮ରେ ରିଲିଜ୍ ହୋଇଥିବା ନିର୍ଦ୍ଦେଶକ କୀର୍ତ୍ତି କୁମାରଙ୍କ ଫିଲ୍ମ‘ଆଣ୍ଟି ନମ୍ବର ଓ୍ଵାନ’ରେ କମେଡ଼ି ଷ୍ଟାର୍ ଗୋବିନ୍ଦା ନଜର ଆସିଥିଲେ ଜଣେ ଲେଡ଼ି ଗେଟ୍ ଅପ୍ରେ।
ରିତେଶ୍ ଦେଶ୍ମୁଖ:ସାଜିଦ୍ ଖାନ୍ଙ୍କ ନିର୍ଦ୍ଦେଶିତ ‘ହାଉସ୍ଫୁଲ୍’(୨୦୧୪)ରେ ରିତେଶ ଦେଶମୁଖଙ୍କ ମଡ଼ର୍ଣ୍ଣ ଗର୍ଲର ଗେଟ୍ ଅପ୍ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।
ଶଶୀ କପୁର୍:୧୯୮୦ର ଲୋକପ୍ରିୟ ସିନେମା ‘ହସିନା ମାନ୍ ଜାଏଗୀ’ରେ ଶଶୀ କପୁର୍ ଲେଡ଼ି ଗେଟ ୍ଅପ୍ରେ ଥିଲେ।ଏହାର ନିର୍ଦ୍ଦେଶକ ଥିଲେ ଇନ୍ଦୁ ଭୂଷଣ।

କମଲ ହାସନ୍:୧୯୯୭ରେ ରିଲିଜ୍ ହୋଇଥିବା ‘ଚାଚୀ-୪୨୦’ରେ କମଲ ହାସନ୍ ଜଣେ ବୟସ୍କା ମହିଳା ଭୂମିକାରେ ନଜର ଆସିଥିଲେ।ଏହି ସିନେମା ଲାଗି ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ।
ଜଭେଦ୍ ଜାଫି ଓ ଶ୍ରେୟସ ତଲପଡ଼େ:୨୦୦୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପେଇଙ୍ଗ୍ ଗେଷ୍ଟ୍’ରେ ଦୁଇ ଜଣାଶୁଶା କଳାକାର ଜାେଭେଦ୍ ଓ ଶ୍ରେୟସ ତଲପଡ଼େ ଦେଖା ଦେଇଥିଲେ ମହିଳାଙ୍କ ଗେଟ୍ଅପ୍ରେ।
ଆଶିଷ ଚୌଧୁରୀ:ପ୍ରଖ୍ୟାତ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ସୁପରହିଟ୍ କମେଡ଼ି ‘ଡ଼ବଲ୍ ଧମାଲ୍’(୨୦୧୧)ରେ ଆଶିଷ ଚୌଧୁରୀ ନଜର ଆସିଥିଲେ ଜଣେ ଲେଡ଼ି ଗେଟ୍ଅପ୍ରେ।
ଅକ୍ଷୟ ଖାନ୍ନା:ଅନିସ ବଜମୀଙ୍କ ନିର୍ଦ୍ଦେଶିତ କମେଡ଼ି ଫିଲ୍ମ ‘ନୋ ପ୍ରୋବ୍ଲେମ୍’(୨୦୧୦)ରେ ଅକ୍ଷୟ ଖାନ୍ନାଙ୍କୁ ଜଣେ ମଡ଼ର୍ଣ୍ଣ ଗର୍ଲ ଗେଟ୍ଅପ୍ରେ ଦେଖିବାକୁ ମିଳିଥିଲା।