ଭୁବନେଶ୍ୱର: ଲୋକପ୍ରିୟ ହାସ୍ୟ ଅଭିନେତା ଶରତ ମହାନ୍ତି ଗତକାଲି ରାତି ୧ଟାରେ ପରଲୋକ ଗମନ କରିଛନ୍ତି। ସେ ସୋର ଡାକ୍ତରଖାନାରେ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅନପୂର୍ଣ୍ଣା ଥିଏଟରରୁ ନିଜ କଳାକାର ଜୀବନ ଆରମ୍ଭ କରିଥିଲେ ।୧୯୬୨ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ସିନେମା ‘ଲକ୍ଷ୍ମୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ସିନେମା। ଏହି ସିନେମାରେ ଶରତ ବିଖ୍ୟାତ ଅଭିନେତା କୃଷ୍ଣଚନ୍ଦ୍ର ପାଣ୍ଡେଙ୍କ କାଲା ପୁଅ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ତାଙ୍କ ମୁହଁରେ ଥିବା ସଂଳାପ –‘ବାଲୋ କାଳିଆ ହାତରେ ବାଳ ଏ ବା’ କହିଲା ବା’ ଘରେ ନାହିଁ ବେଶ ଲୋକପ୍ରିୟ ହୋଇଥିଲା।
/sambad/media/post_attachments/wp-content/uploads/2018/03/sarat-1-300x273.jpg)
ଏହାପରେ ସେ କା, ଅମଡାବାଟ, ସ୍ତ୍ରୀ, ମଲାଜହ୍ନ, ଭୂଲିହୁଏନା, ପୂଜାଫୁଲ ଏବଂ ସକଳ ତୀର୍ଥ ତୋ ଚରଣେ ପ୍ରଭୃତି ସିନେମାରେ ନଜର ଆସିଥିଲେ ଶରତ ମହାନ୍ତି ତାଙ୍କ ଉପରେ ପିକଚରାଇଜ୍ ହୋଇଥିବା ଅମଡ଼ାବାଟ ସିନେମାର ଗୀତ ‘ଏ ତ କଳିକାଳ ରୀତି ବିପରୀତ ଭାଇରେ…ଆଜି ବି ଖୁବ୍ ଲୋକପ୍ରିୟ।।ପରବର୍ତ୍ତୀ କାଳରେ ବହୁ ଧାରାବାହିକ ରେ ଅଭିନୟ ଥିଲେ ସେ।ବର୍ଷିୟାନ ହାସ୍ୟ ଅଭିନେତା ସୋର ନଗର ଅନ୍ତର୍ଗତ କ୍ଷିରକୋଣୀ ହେଉଛି ତାଙ୍କର ପୈତୃକ ଘର।
ତାଙ୍କ ବିୟୋଗ ଓଡିଶା ଚଳଚ୍ଚିତ୍ର ଜଗତର ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/sarat7-1.jpg)