ମୁମ୍ବାଇ: 'ରବ୍ ସେ ହୈ ଦୁଆ', 'ୟେ ଜାଦୁ ହୈ ଜିନ୍ କା' ଏବଂ 'ଅପୋଲିନା' ଭଳି ଟିଭି ସୋ' ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅଦିତି ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିବାହର ୪ମାସ ମଧ୍ୟରେ ନିଜ ସହ ଅଭିନେତାଙ୍କ ସହ ଅନୈତିକ ସମ୍ପର୍କ ରଖି ଧରାପଡ଼ିଛନ୍ତି ଅଦିତି। ସ୍ବାମୀ ଅଭିନୀତ କୌଶିକ ଦାବି କରିଛନ୍ତି ଯେ, ଅଦିତି ତାଙ୍କୁ ଗୁପ୍ତରେ ବିବାହ କରିଥିଲେ। ଏବେ ମାତ୍ର ଚାରି ମାସ ପରେ ସେ ଛାଡପତ୍ର ମାଗୁଛନ୍ତି। 'ଅପୋଲିନା'ରେ ଥିବା ତାଙ୍କ ସହ କଳାକାର ସାମର୍ଥ୍ୟଙ୍କୁ ସେ ଏବେ ଡେଟ୍ କରୁଛନ୍ତି।

Advertisment

चार महीने पहले की चोरी-छुपे शादी, अब हो रहा इस एक्ट्रेस का तलाक, 'पति' ने लगाए एक्स्ट्रा मैरिटल अफेयर के आरोप

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଫୋରମକୁ ସାକ୍ଷାତକାର ଦେଇ ଅଭିନୀତ କୌଶିକ କହିଛନ୍ତି ଯେ, "ଦେଢ଼ ବର୍ଷ ହେଲାଣି ଅଦିତି ମୋ ପଛରେ ବିବାହ କରିବା ପାଇଁ ପଡ଼ିଥିଲେ। ଶେଷରେ ମୁଁ ରାଜି ହେବାରୁ ଅଦିତି ମୋତେ ଏହି ବିବାହକୁ ଗୁପ୍ତ ରଖିବାକୁ ଅନୁରୋଧ କରିଥିଲେ। ଆମେ ପ୍ରେମ ସମ୍ପର୍କରେ ଥିଲୁ ଏବଂ ପ୍ରାୟତଃ ଏକାଠି ରହୁଥିଲୁ। ତାଙ୍କ ଚାରିପାଖରେ ଥିବା ସମସ୍ତେ, ତାଙ୍କ ସହ-କଳାକାରମାନେ ସମସ୍ତେ ଆମ ବିଷୟରେ ଜାଣିଥିଲେ। ମୁଁ ତାଙ୍କ ମ୍ୟାନେଜର ହେବାର ଅଭିନୟ କରୁଥିଲି। କିନ୍ତୁ ପ୍ରକୃତରେ ତାଙ୍କର ସବୁ କାମ ମୁଁ କରୁଥିଲି। ଆମେ ଗତ ବର୍ଷ ଏକାଠି ରହିବା ଆରମ୍ଭ କରିଥିଲୁ ଏବଂ ନଭେମ୍ବରରେ ୧୨, ୨୦୨୪ ବିବାହ କରିଥିଲୁ। ୪ମାସ ମଧ୍ୟରେ ସାମର୍ଥ୍ୟଙ୍କ ସହ ତାଙ୍କର ସମ୍ପର୍କ ଥିବା ମୁଁ ଜାଣିଲି। ଏବିଷୟରେ ପଚାରିବାରୁ ସେ ଆମ ବିବାହକୁ ଅସ୍ବୀକାର କରିଥିଲେ। ଏବେ ସେ ଆମକୁ ବିବାହକୁ ଏକ ଟ୍ରାଏଲ ଥିଲା ବୋଲି କହୁଛନ୍ତି। ଏବେ ଛାଡ଼ପତ୍ର ମାଗିବାରୁ ତାଙ୍କ ପରିବାର ୨୫ଲକ୍ଷ ଦେବାକୁ ଦାବି କରୁଛନ୍ତି।"

चार महीने पहले की चोरी-छुपे शादी, अब हो रहा इस एक्ट्रेस का तलाक, 'पति' ने लगाए एक्स्ट्रा मैरिटल अफेयर के आरोप