ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ କରିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଅନେକ ସମୟରେ ଝିଅମାନେ ରାସ୍ତାରେ ଯାଉଥିବା ବେଳେ ଲୋକେ ସେମାନଙ୍କୁ ଅଶ୍ଳୀଳ କମେଣ୍ଟ କରି ଥାଆନ୍ତି। ଏହାଛଡ଼ା ଅନେକ ସମୟରେ ସୋସିଆଲ ମିଡିଆରେ ବି ଯୁବତୀମାନଙ୍କୁ ଲୋକେ ଅଶ୍ଳୀଳ ମସେଜ ପଠାଇ ହଇରାଣ କରି ଥାଆନ୍ତି।


ନିକଟରେ ସୋସିଆଲ ମିଡିଆରେ କଲେଜ ପ୍ରଫେସର ଜଣେ ସାଉଥ ଅଭିନେତ୍ରୀ ତଥା ଗାୟିକାଙ୍କୁ ଆପତ୍ତିଜନକ ମେସେଜ କରିଥିଲେ। ଏହି ମେସେଜ କରିବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଛି। ସାଉଥ ଅଭିନେତ୍ରୀ ସୌନ୍ଦର୍ଯ୍ୟା ଇନଷ୍ଟାଗ୍ରାମରେ ପ୍ରଫେସରଙ୍କ ମେସେଜ ସେୟାର କରି ତାଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ସୌନ୍ଦର୍ଯ୍ୟା ‘କବାଲି’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ ଯେଉଁଥିରେ ସେ ଜଣେ ପବ୍ ଗାୟିକ ଭୂମିକାରେ ନଜର ଆସିଥିଲେ।

Man sends sexually explicit messages to Soundarya, actress shares shocking  screenshots | english.lokmat.com
ସୌନ୍ଦର୍ଯ୍ୟା ଏହି ଲଜ୍ଜ୍ୟନୀୟ ଘଟଣାକୁ ନେଇ କହିଛନ୍ତି, ଯଦି ଜଣେ କଲେଜ ପ୍ରଫେସର ସୋସିଆଲ ମିଡିଆରେ ଏପରି କାମ କରିପାରୁଛନ୍ତି ତା’’ହେଲେ ତାଙ୍କ କଲେଜର ଝିଅମାନେ ସତର୍କ ହୋଇଯିବା ଉଚିତ୍। ଜଣେ ପ୍ରଫେସର ହୋଇ ମହିଳାଙ୍କ ସହ ଏପରି କଥା ହୋଇ ପାରୁଛନ୍ତି ଭାବିଲା ବେଳକୁ ବହୁତ ଲାଜ ଲାଗୁଛି। ତାଙ୍କ ପ୍ରୋଫାଇଲରେ ଦର୍ଶାଯାଇଛି ଯେ ସେ ମଦୁରାଇର ଜଣେ ପ୍ରଫେସର। ମୁଁ ଆଶା କରୁଛି ତାଙ୍କ କଲେଜର ଝିଅମାନେ ସୁରକ୍ଷିତ ଥିବେ।

ସମ୍ବନ୍ଧିତ ଖବର