ବିବାହକୁ ୫ଦିନ ବାକି ଥିବା ବେଳେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଅଙ୍କିତା

ନୂଆଦିଲ୍ଲୀ: ‘ପବିତ୍ର ରିସ୍ତା’ ଫେମ୍ ଅଙ୍କିତା ଲୋଖଣ୍ଡେ ଖୁବଶୀଘ୍ର ତାଙ୍କ ପ୍ରେମିକ ବିକି ଜୈନଙ୍କୁ ଡିସେମ୍ବର ୧୪ ତାରିଖରେ ବିବାହ କରିବାକୁ ଯାଉଛନ୍ତି। କିଛି ଦିନ ପୂର୍ବେ ଏହି ଦମ୍ପତିଙ୍କ ବନ୍ଧୁ ଶ୍ରଦ୍ଧା ଆର୍ଯ୍ୟ ବିବାହ କାର୍ଡର ଫଟୋ ସେୟାର କରିଥିଲେ। ଅଙ୍କିତା ଏବଂ ବିକିଙ୍କ ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦୁହେଁ ମୁମ୍ବାଇର ଗ୍ରାଣ୍ଡ ହାଇଟ୍ ଠାରେ ବିବାହ କରିବେ।

अंकिता लोखंडे

ଏହାରି ଭିତରେ ଅଙ୍କିତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର ରହିଛି। ବିବାହକୁ ଆଉ ୫ଦିନ ବାକି ଥିବା ବେଳେ ଅଙ୍କିତା ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଛି। ଯେଉଁ କାରଣରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ନିଜେ ଏକ ଫଟୋ ସେୟାର କରି ଏହାର ସୂଚନା ଦେଇଛନ୍ତି। ଫଟୋରେ ତାଙ୍କ ଗୋଡ଼ ବ୍ୟାଣ୍ଡେଜରେ ବନ୍ଧା ହୋଇଥିବା ଦେଖିବାକୁ ମିଳୁଛି।

ଅଙ୍କିତା ଇନଷ୍ଟା ଷ୍ଟୋରିରେ ଏହି ଆହତ ହେବାର ଫଟୋ ସେୟାର କରି  ଲେଖିଛନ୍ତି, ଟକ୍ ଟୁ ମାଇଁ (ପାଦର ଏକ ଇମୋଜି)। ଏହା ସହିତ ସେ ଏହି ଫଟୋକୁ ବିକିଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ସମ୍ବନ୍ଧିତ ଖବର