ପ୍ରଥମ ଅନ୍ତଃରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେଲେ ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡ୍‌ନେକର

ମୁମ୍ବାଇ : ଏକ ମୋଟି ଯୁବତୀ ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଭୂମି ପେଡ୍‌ନେକରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ‘ଦମ୍‌ ଲଗାକେ ହାଇସା’, ‘ଟୟଲେଟ୍‌’ ଓ ‘ଶୁଭ ମଙ୍ଗଲ ସାବଧାନ’ ଭଳି ଫିଲ୍ମରେ କାମ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସାଉଥ୍‌ କୋରିଆରେ ଆୟୋଜିତ କରାଯାଇଥିବା ଫିଲ୍ମ ଫେଷ୍ଟିଭାଲରେ ଅନ୍ତଃରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହୋଇ ଭୂମି ନିଜର ଦକ୍ଷତାକୁ ପ୍ରମାଣ କରିଛନ୍ତି ।

ଦକ୍ଷିଣ କୋରିଆରେ ଆୟୋଜିତ ବୁସାନ ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲରେ ଭୂମିଙ୍କୁ ଫେସ୍‌ ଅଫ୍‌ ଏସିଆ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା । ଭୂମି ଇନ୍‌ଷ୍ଟାରେ ନିଜର ଫଟୋ ସେୟାର କରି ଏହି ଖବର ବିଷୟରେ ଜଣାଇଛନ୍ତି । ଏହି ସମ୍ମାନ ପରେ ଭୂମି ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି, ମୋ କାମକୁ ବୁସାନର ଦର୍ଶକ ଏବଂ ଆଲୋଚକ ପସନ୍ଦ କରିଥିବାରୁ ମୁଁ ବହୁତ ଖୁସି । ଏହା ମୋର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଆଓ୍ଵାର୍ଡ, ଯାହା ପାଇଁ ମୁଁ ଗର୍ବିତ । ମୁଁ ସବୁବେଳେ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଥିବା ଫିଲ୍ମ କରିବାକୁ ପସନ୍ଦ କରେ । ଭବିଷ୍ୟରେ ଲୋକେ ମନେ ପକାଉଥିବା ଭଳି ଫିଲ୍ମ ମୁଁ କରିବାକୁ ଚାହେଁ ।

ସମ୍ବନ୍ଧିତ ଖବର