ବିଶ୍ୱ ଫଟୋଗ୍ରାଫି ଦିବସରେ ରଣବୀର ସିଂଙ୍କ ପରିବର୍ତ୍ତେ ରଣବୀର କପୁରଙ୍କ ସହ ଫଟୋ ସେୟାର କରିବାରୁ ରାଗିଗଲେ ଦୀପିକାଙ୍କ ପ୍ରଶଂସକ

ମୁମ୍ବାଇ : ନଭେମ୍ବର ୨୦ରେ ଦୀପିକା ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୀପିକା ଇନ୍‌ଷ୍ଟାରେ ସେୟାର କରିଥିବା ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓ୍ଵାର୍ଲଡ଼୍‍ ଫଟୋଗ୍ରାଫି ଡେରେ ଦୀପିକା ରଣବୀର ସିଂଙ୍କ ପରିବର୍ତ୍ତେ ରଣବୀର କପୁରଙ୍କ ସହ ଫଟୋ ଅପ୍‌ଲୋଡ଼ କରିଥିଲେ । ପରେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ପ୍ରଶଂସକମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଏହି ଫଟୋ ୨୦୧୫ର ବୋଲି ଜଣା ପଡ଼ିଥିବା ବେଳେ ଫିଲ୍ମ ‘ତମାସା’ର ସୁଟିଂ ସମୟରେ ନିଆଯାଇଥିବା ଜାଣିବାକୁ ମିଳିଛି । ଏହି ଫଟୋରେ ଦୀପିକା ରଣବୀରଙ୍କ ଫଟୋ ଉଠାଉଥିବାର ଦେଖାଯିବା ସହ ଏହି ଫଟୋ ପାଇଁ ତାଙ୍କୁ ପ୍ରଶଂସକଙ୍କ ଗାଳିର ସାମ୍ନା କରିବାକୁ ପଡ଼ିଛି ।

Pinkvilla

ଜଣେ ବ୍ୟବହାରକାରୀ, ତୁମେ ପୂର୍ବ ପ୍ରେମିକଙ୍କ ସହ ଫଟୋ ପୋଷ୍ଟ କରିବାରେ ଏବେ ବି କିଛି କାରଣ ଅଛି କି? ରଣବୀର କପୁର ତୁମକୁ ତାଙ୍କ ଜୀବନରୁ କାଢ଼ି ଭଲ କରିଛନ୍ତି । ଏହା ସହ ଅନ୍ୟ ଜଣେ ବ୍ୟବହାରକାରୀ ମୁଁ ତୁମକୁ ଘୃଣା କରୁଛି, ତୁମେ ଏବେ ବି ତୁମ ପ୍ରଥମ ପ୍ରେମକୁ କାହିଁକି ଖୋଜୁଛ ବୋଲି ଲେଖିଥିଲେ । ଏଭଳି ଅନେକ କମେଣ୍ଟ ଦୀପିକାଙ୍କ ଏହି ଫଟୋକୁ ନେଇ କରାଯାଇଥିଲା । ଅନ୍ୟ ପକ୍ଷରେ ବ୍ୟବହାରକାରୀଙ୍କ ଏଭଳି କମେଣ୍ଟକୁ ନେଇ ଦୀପିକା କୌଣସି ପ୍ରତିକ୍ରିୟା ରଖି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର