ମୁମ୍ବାଇ: ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଦିବ୍ୟା ଚୌକ୍ସି କର୍କଟ ସହ ଲଢ଼ି ଲଢ଼ି ୨୮ ବର୍ଷ ବୟସରେ ରବିବାର ଜୀବନ ତ୍ୟାଗ କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ତଳୁ କର୍କଟ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ। ୨୦୧୬ ମସିହାରେ ‘ହେ ଅପ୍ନା ଦିଲ୍ ତୋ ଆୱାରା’ରେ ନିଜର ଅଭିନୟ କ୍ୟାରିୟର୍ର ଡେବ୍ୟୁ କରିଥିବା ଦିବ୍ୟା ତାଙ୍କ ବାସସ୍ଥାନ ଭୋପାଳରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଦେଢ଼ ବର୍ଷ ତଳୁ କର୍କଟ ଆକ୍ରାନ୍ତ ବୋଲି ଜାଣିବା ପରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ମଧ୍ୟ ହୋଇ ଯାଇଥିଲେ। ମାତ୍ର ଗତ କିଛି ମାସ ତଳେ ପୁଣି ତାଙ୍କ ଭିତରେ କର୍କଟ ଦେଖା ଦେଇଥିଲା। ଏଥର ସେ କର୍କଟ ସହ ଲଢ଼ି ନପାରି ହାରି ଯାଇଛନ୍ତି।
/sambad/media/post_attachments/wp-content/uploads/2020/07/Untitled-14-211x300.jpg)
ଦିବ୍ୟା ତାଙ୍କ ମୃତ୍ୟୁର ପୂର୍ବ ରାତିରେ କରି ଯାଇଥିବା ଇନ୍ଷ୍ଟା ପୋଷ୍ଟ୍ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସେ ତାଙ୍କ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି କି ମୁଁ ମୋର ମୃତ୍ୟୁ ବିଛଣାରେ ଶୋଇ ଏପରି ଲେଖୁଛି। ସେ ତାଙ୍କ ପୋଷ୍ଟ୍ରେ ନଜକୁ ଭିତରୁ ଖୁବ୍ ସବଳ ବୋଲି ଲେଖିଛନ୍ତି।
ଦିବ୍ୟାଙ୍କ ମୃତ୍ୟୁ ପରେ ‘ହେ ଅପ୍ନା ଦିଲ୍ ତୋ ଆୱାରା’ରେ ତାଙ୍କ ବିପକ୍ଷରେ ନାୟକ ସାଜିଥିବା ସାହିଲ ଆନନ୍ଦ କହିଛନ୍ତି, ‘ଦିବ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା କଥା ମୋତେ ପୂର୍ବରୁ ଅନୁଭବ ହୋଇଥିଲା। ମୁଁ ତାଙ୍କ ସହ ସପ୍ତାହେ ପୂର୍ବରୁ ଏ ବିଷୟରେ କଥା ହୋଇଥିଲି। ଗତ ସପ୍ତାହରେ ମୁଁ ତାଙ୍କୁ ଭିିଡିଓ କଲ୍ରେ ଦେଖିବା ପରେ ଜାଣି ଯାଇଥିଲି ଯେ ଆଉ ବେଶି ଦିନ ବଞ୍ଚି ରହିପାରିବେ ନାହିଁ।’