ସ୍ୱାଧୀନତା ଦିବସରେ ଗଣତନ୍ତ୍ର ଦିବସର ଶୁଭକାମନା ଦେଇ ଟ୍ରୋଲ ହେଲେ ଇଶା ଗୁପ୍ତା

ମୁମ୍ବାଇ : ଗତକାଲି ସାରା ଦେଶବାସୀ ୭୩ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଅନେକ ବଲିଉଡ୍‌ କଳାକାର ଟୁଇଟ୍‌ କରି ନିଜ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ । କିନ୍ତୁ ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପ୍ରଶଂସକଙ୍କୁ ସ୍ୱାଧୀନତା ଦିବସ ପରିବର୍ତ୍ତେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ । ଯାହାକୁ ନେଇ ଲୋକେ ଇଶାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ତେବେ ଟୁଇଟ୍‌ ହେବାର କିଛି ସମୟ ପରେ ଇଶା ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସୂଚନା ଦେଇଥିଲେ ।

ସୂଚନା ମୁତାବକ, ଅଗଷ୍ଟ ୧୪ ମଧ୍ୟରାତ୍ରରେ ଇଶାଙ୍କ ଆକାଉଣ୍ଟରୁ ଗଣତନ୍ତ୍ର ଦିବସର ଶୁଭକାମନା ଦିଆଯାଇଥିଲା । ଯାହା ପରେ ପରେ ଲୋକେ ତାଙ୍କୁ ଟୁଇଟ୍‌କୁ ନେଇ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିନ୍ତୁ ଅଗଷ୍ଟ ୧୫ ଦିନ ୧୨ଟା ୧୪ମିନିଟ୍‌ରେ ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସୂଚନା ଦେଇଥିଲେ ଇଶା ।

କିଛି ସମୟ ବିତିବା ପରେ ଦିନ ୧ଟା ୩୪ମିନିଟ୍‌ରେ ଆକାଉଣ୍ଟକୁ ଠିକ୍‌ ହୋଇ ଯାଇଥିବା ନେଇ ଇଶା ଟୁଇଟ୍‌ କରି ଜଣାଇଥିଲେ । ଆକାଉଣ୍ଟ ଠିକ୍‌ ହେବା ପରେ ଇଶା ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

 

 

ସମ୍ବନ୍ଧିତ ଖବର