ବାପା ହେବାକୁ ଯାଉଛନ୍ତି କି କ୍ରିକେଟ୍‌ ତାରକା ଯୁବରାଜ ସିଂହ? ଜାଣନ୍ତୁ ସତ ନା ଗୁଜବ

ମୁମ୍ବାଇ : ଏବେ ବଲିଉଡ୍‌ରେ ବିବାହ ଋତୁ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ତାରକା ଯୁବରାଜ ସିଂହ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ହେଜଲ କିଚ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ଦୁହଁଙ୍କ ବିବାହ ହୋଇ ସାରିଛି ଯେତେବେଳେ ତାଙ୍କୁ ନେଇ ଆଉ କେଉଁ ଚର୍ଚ୍ଚା ହୋଇପାରେ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ତେବେ ଯୁବରାଜ ଓ ହେଜଲ୍‌ ଦୁହେଁ ଈଶା ଅମ୍ବାନୀଙ୍କ ବିବାହରେ ଯୋଗ ଦେବା ପରେ ଯୁବରାଜ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ABP Live

ବିଭିନ୍ନ ଆଡୁ ସୂଚନା ମିଳିଥିଲା ଯେ ହେଜଲ ଏବେ ଗର୍ଭବତୀ ଅଛନ୍ତି । ଈଶାଙ୍କ ବିବାହ ଉତ୍ସବରେ ଦୁହେଁ ଯୋଗ ଦେଇଥିବା ବେଳେ ହେଜଲ ବାରମ୍ବାର ନିଜ ପେଟକୁ ଲୁଚାଉଥିବାର ଦୃଶ୍ୟ ଦେଖାଯାଇଥିଲା । ଏହା ସହ ଈଶାଙ୍କ ବିବାହରେ ଯୋଗ ଦେଇଥିବା ଅତିଥି ହେଜଲ-ଯୁବରାଜ ମାତା-ପିତା ହେବା ନେଇ ଚର୍ଚ୍ଚା କରୁଥିବା ମଧ୍ୟ ଦେଖାଯାଇଥିଲା । ମାତ୍ର ଏକଥାକୁ ଅସ୍ୱୀକାର କରିଛନ୍ତି ହେଜଲ୍‌ଙ୍କ ସ୍ୱାମୀ ଯୁବରାଜ ସିଂହ। ସେ କହିଛନ୍ତି ଏହା ଏକ ଗୁଜବ। ହେଜଲ୍‌ ଗର୍ଭବତୀ ଥିବା କଥା ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ।

ସମ୍ବନ୍ଧିତ ଖବର