ଶିବଶଙ୍କର ଓଝା
ଓଡ଼ିଆ ସିନେମାର ଆଗଧାଡ଼ିର ନାୟିକା ଅନୁ ଚୌଧୁରୀ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନା ଓ ନୃତ୍ୟ ନିର୍ଦ୍ଦେଶନାରେ ନିର୍ମିତ ଛବି ‘ଗଞ୍ଜା ଲଢ଼େଇ’ରେ ଆଇଟମ୍ ନମ୍ବରରେ ନଜର ଆସିଛନ୍ତି। ତାଙ୍କ ଅଭିନୀତ ଗୀତଟି ଥିଲା ‘ମଲ୍ଲୀ ତୁ ସୋମବାରରେ...।’ ସେହିପରି ନାୟିକା ନମ୍ରତା ଥାପ୍ପା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଅଭିମନ୍ୟୁ’ରେ ସ୍ଥାନିତ ଆଇଟମ୍ ଗୀତ ‘ମଝି ଦରିଆରେ ସଲବଲ...’ରେ ଚମତ୍କାର ନୃତ୍ୟାଭିନୟ କରିଥିଲେ। ‘ରୋମିଓ ଦ ଲଭର୍ ବୟ’, ‘ଡନ୍’ ଓ ‘ମିତରେ ମିତ’ ଭଳି ଓଡ଼ିଆ ଛବିର ନାୟିକା ଲଭ୍ଲିଙ୍କୁ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ମୁଁ ଏକା ତୁମର’ର ଆଇଟମ୍ ଗୀତ ‘ମାଆଲୋ ମଲ୍ଲୀ ବିଛା କାମୁଡ଼ିଲା...’ରେ ଦେଖିବାକୁ ମିଳିଥିଲା।
ଓଲିଉଡ୍ ନାୟିକା ରୀୟା ଦେ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ‘କଟକ ଶେଷରୁ ଆରମ୍ଭ’ର ଆଇଟମ୍ ଗୀତ ‘ରଙ୍ଗଲତା...’ ଏବଂ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଦୁର୍ଗା’ର ‘ପ୍ରୀତମ୍ ପ୍ୟାରେ...’ରେ ନୃତ୍ୟାଭିନୟ କରିଛନ୍ତି। ତେଣେ ନାୟିକା ସୁପ୍ରିୟା ବି ଅଶ୍ବିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଡଟ୍ପେନ୍’ରେ ‘ରସବତୀ ନାନୀ ମୋର ମାଇଲା ତୀର...’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି। ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’ର ଆଇଟମ୍ ଗୀତ ‘ମୋ ହଳଦୀ ଗିନା...’ରେ ନାୟିକା ଅନନ୍ୟାଙ୍କ ନାଚ ହଇଚଇ ସୃଷ୍ଟି କରିଥିଲା। ଏହାପରେ ସେ ପୁଣି ଏକ ଓଡ଼ିଆ ଛବି ‘ବିଶ୍ବନାଥ’ର ‘ଖାଣ୍ଟି ଓଡ଼ିଆ ବାଜା...’ ଗୀତରେ ବି ଆଇଟମ୍ ଗାର୍ଲ ରୂପେ ନଜର ଆସିଥିଲେ।
ସମୟ ଥିଲା ଯେତେବେଳେ ଓଡ଼ିଆ ଚଳଚ୍ଚିତ୍ରରେ ଆଇଟମ୍ ଗୀତ ଲାଗି ବାହାରୁ କଳାକାରଙ୍କୁ ଆଣିବାକୁ ପଡୁଥିଲା। ବର୍ତ୍ତମାନ ସେ ସ୍ଥିତି ଆଉ ନାହିଁ। ଓଲିଉଡ୍ରେ ଆଇଟମ୍ ଗୀତ ଲାଗି ଦକ୍ଷତା ଥିବା ଓଡ଼ିଆ ଅଭିନେତ୍ରୀଙ୍କ ସଂଖ୍ୟା ବଢ଼ିବା ସହ ଓଲିଉଡ୍ ନାୟିକାମାନେ ବି ଆଇଟମ୍ ଗୀତରେ ଅଭିନୟ କରୁଛନ୍ତି। ବଲିଉଡ୍ର ଟ୍ରେଣ୍ଡ ଏବେ ଓଲିଉଡ୍ରେ।
/sambad/media/media_files/2025/03/02/RIbqUyK0LRh2s3UrALsL.jpg)
ଓଡ଼ିଆ ସିନେମାର ଲୋକପ୍ରିୟ ନାୟିକା ଜୀନାଙ୍କ ଉପରେ ଚିତ୍ରାୟିତ ପୃଥ୍ବୀରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତାଣ୍ଡବ’ର ଅାଇଟମ୍ ଗୀତ ‘ବାମ୍ଫ ନେଇନକି...’ ବେଶ୍ ଲୋକପ୍ରିୟ ହୋଇଥିଲା। ନାୟିକା ଦିବ୍ୟାଦିଶା ବି ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ‘ପ୍ରିୟେ ତୁ ମୋ ସିଏ...’ର ଟାଇଟଲ୍ ନମ୍ବରରେ ନୃତ୍ୟ କରିଛନ୍ତି।
ଏଣେ ଜଣାଶୁଣା ନାୟିକା ଏଲିନା ବି ‘ମାଲ୍ୟଗିରି’ରେ ‘ଧୂଳିଆ ଜନ୍ଦା...’ ଓ ସୂର୍ଯ୍ୟମୟୀ ‘ଟିକେ ଟିକେ ଅଚିହ୍ନା ତୁ’ରେ ‘ଯୋଉ ଦିନ ତୁ ହଉଲୋ ସଜ...’ ଭଳି ଲୋକପ୍ରିୟ ଆଇଟମ୍ ଗୀତରେ ନୃତ୍ୟକରି ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ଓଲିଉଡ୍ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭା ‘ଚନ୍ଦ୍ରବଂଶୀ’ର ଆଇଟମ୍ ଗୀତ ‘ଝଲମଲ ଦରିଆ...’ରେ ନଜର ଆସିଛନ୍ତି। ପ୍ରକୃତି ମିଶ୍ରଙ୍କୁ ରାଜା ଡି’ଙ୍କ ନିର୍ଦ୍ଦେଶିତ ‘ଘମାଘୋଟ୍’ର ଆଇଟମ୍ ଗୀତ ‘କୁତୁକୁତୁ...’ ଏବଂ ଅଙ୍କିତା ଦାଶଙ୍କୁ ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରାକେଟ୍’ରେ ଆଇଟମ୍ ଗୀତ ‘ଡାମରା କାଉ’ରେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ।
କାହିଁକି ଆଇଟମ୍ ନମ୍ବର୍
l ବେଶ୍ କିଛି ଦିନ ପରେ ଓଲିଉଡ୍କୁ ଫେରିଲି। ଏହି ସମୟରେ ଯେତେବେଳେ ‘ଅଭିମନ୍ୟୁ’ରେ ଆଇଟମ୍ ନମ୍ବର ଅଫର୍ କରାଗଲା, ମନା କଲିନି। କାରଣ ମୁଁ ଓଡ଼ିଆ ସିନେମାକୁ ବହୁତ ଭଲପାଏ।
-ନମ୍ରତା
l ବଲିଉଡ୍ରେ ଟ୍ରେଣ୍ଡ୍ ହେଲାଣି। ଏଣୁ ଓଲିଉଡ୍ରେ ତା’ର ଅନୁସରଣ କରାଯାଉଛି। ‘ତାଣ୍ଡବ’ର ଗୀତ ଦମଦାର୍ ଥିବା ହେତୁ ଆଇଟମ୍ ଗାର୍ଲ ବନିଥିଲି।
-ଜୀନା
l ଆଇଟମ୍ ନମ୍ବର ବୋଲି କୁହାଯିବା ଠିକ୍ ନୁହେଁ, ବରଂ ଏହାକୁ ଡ୍ୟାନ୍ସ ନମ୍ବର ବୋଲି ମୁଁ କହିବି। ‘ଚନ୍ଦ୍ରବଂଶୀ’ରେ ମୁଁ ମୋର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଛି।
-ଅନୁଭା
l ଏସ୍. କେ. ମୁରଲୀଧରନ୍ଙ୍କ ସହ କାମ କରି ନ ଥିଲି। ତାଙ୍କ କୋରିଓଗ୍ରାଫିରେ ନାଚିବାକୁ ମିଳିଥିବା ସୁଯୋଗ ହାତଛଡ଼ା କରିବାକୁ ଚାହିଲି ନାହିଁ।
-ଅଙ୍କିତା ଦାଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/02/YeToF3Chgwl9KtAKKbmx.jpg)