ନୂଆଦିଲ୍ଲୀ: ଡିସେମ୍ବର ୨୧ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ସୁକେଶ-ଜାକଲିନଙ୍କ ବନ୍ଧୁତା କରାଇଥିବା ପିଙ୍କି ଇରାନୀ। ଗିରଫ ପରେ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ତିନି ଦିନ ଧରି ପୁଲିସ ହେପାଜତରେ ପିଙ୍କି ଇରାନୀଙ୍କୁ ପଚରାଉଚରା କରିଥିଲା। ଏହା ସହ ତାଙ୍କୁ ସିନ୍ ରିକ୍ରିଏସନ ପାଇଁ ତିହାର ଜେଲ ନିଆଯାଇଥିଲା। ତେବେ ପିଙ୍କିଙ୍କୁ ୩୦ଦିନ ନ୍ୟାୟିକ ହେପାଜତରେ ପଠାଇବା ପାଇଁ ଇଓଡବ୍ଲୁ ଆବେଦନ କରିଥିବା ବେଳେ ଅଦାଲତ ତାଙ୍କୁ ଡିସେମ୍ବର ୨୧ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ନଭେମ୍ବର ୩୦ରେ ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ପିଙ୍କି ଇରାନୀ ପେସାରେ ଇଭେଣ୍ଟ ମ୍ୟାନେଜର ଥିବା ବେଳେ ସୁକେଶଙ୍କ ଭଲ ବନ୍ଧୁଥିଲେ। ପିଙ୍କି ଜାକଲିନଙ୍କ ସମେତ ଅନ୍ୟ ଅଭିନେତ୍ରୀଙ୍କୁ ଆଣି ସୁକେଶଙ୍କ ସହ ଭେଟ କରାଉଥିଲେ। ଜାକଲିନ ଓ ସୁକେଶଙ୍କ ମଧ୍ୟରେ ପିଙ୍କି ବନ୍ଧୁତା କରାଇବା ସହ ସୁକେଶ ଦେଉଥିବା କୋଟି କୋଟି ଟଙ୍କାର ଉପହାର ଜାକଲିନଙ୍କୁ ଦେଉଥିଲେ ପିଙ୍କି।

ତେବେ ପଚରାଉଚରା ବେଳେ ଜାକଲିନ ପିଙ୍କିଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ, ଯାହା ପରେ ନଭେମ୍ବର ୨୫, ୨୦୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଙ୍କିଙ୍କୁ ମୁମ୍ବାଇର ଇଡି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡାକିଥିଲା। ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯାଇଥିଲା ଏବଂ ଡିସେମ୍ବର ୯, ୨୦୨୧ରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ପରେ ସେ ଜାମିନ ପାଇଥିଲେ। ହେ‌ଲେ ନଭେମ୍ବର ୩୦ରେ ତାଙ୍କୁ ୨୦୦କୋଟି ହେରଫେର ମାମଲାରେ ଇଓଡବ୍ଲୁ ଗିରଫ କରିଥିଲା।