ଏହି କାରଣରୁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛି ରବୀନ୍ଦର୍‌ ଚନ୍ଦ୍ରଶେଖରନ୍‌ ଓ ମହାଲକ୍ଷ୍ମୀଙ୍କ ବିବାହ ବିଚ୍ଛେଦ ପ୍ରସଂଗ

ନୂଆଦିଲ୍ଳୀ: ତାମିଲ୍‌ ଅଭିନେତ୍ରୀ ତଥା ଉପସ୍ଥାପିକା ମହାଲକ୍ଷ୍ମୀ ୨୦୨୨ ମସିହାରେ ପ୍ରଯୋଜକ ରବୀନ୍ଦର୍‌ ଚନ୍ଦ୍ରଶେଖରନ୍‌ଙ୍କୁ ବିବାହ କରିଥିବା ବେଳେ ବିବାହ କରିବା ଦିନଠାରୁ ହିଁ ଟ୍ରୋଲ୍‌ ହେଇ ଆସୁଛନ୍ତି। ସେ ପ୍ରଯୋଜକଙ୍କୁ ଟଙ୍କା ପାଇଁ ବିବାହ କରିଥିବା ଲୋକ କହୁଥିବା ବେଳେ ଅଭିନେତ୍ରୀ କିନ୍ତୁ ସ୍ବାମୀଙ୍କ ପ୍ରତି ଅନେକ ସମୟ‌ରେ ଭଲପାଇବା ଜାହିର କରିଛନ୍ତି।

ତେବେ ନିକଟରେ ମହାଲକ୍ଷ୍ମୀ ଏବଂ ପ୍ରଯୋଜକ ରବୀନ୍ଦର୍‌ ଚନ୍ଦ୍ରଶେଖରନ୍‌ଙ୍କ ବିବାହ ବିଚ୍ଛେଦ ଖବର ଶୁଣିବାକୁ ମିଳୁଥିବା ବେଳେ  ଅଭିନେତ୍ରୀଙ୍କ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଏହି ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।

ତେବେ ଅଲଗା ହେବା କଥା ମଧ୍ୟରେ ମହାଲକ୍ଷ୍ମୀ ତାଙ୍କ ସ୍ବାମୀଙ୍କ ସହ ଏକ ନୂଆ ଫଟୋ ସେୟାର୍‌ କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘କେତେ ଥର କହିବି କି ଏକୁଟିଆ (ସୋଲୋ) ଫଟୋ ପୋଷ୍ଟ୍‌ କରନି। ଏକୁଟିଆ ଫଟୋ ପୋଷ୍ଟ୍‌ କରିବା ପରେ ସୋସିଆଲ୍‌ ମିଡିଆରେ ଆମ ଅଲଗା ହେବାର ଚର୍ଚ୍ଚା ହୋଇଯାଏ। ହେଲେ ବାରମ୍ବାର ତମେ ସେଇ ଗୋଟାଏ ଭୁଲ୍‌ କରିଚାଲିଛ।’

ତେବେ ମହାଲକ୍ଷ୍ମୀ ଏହି ପୋଷ୍ଟ୍‌ କରି ନିଶ୍ଚିତ କରି ଦେଇଛନ୍ତି ଯେ ସେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଅଛି। ସେ ତାଙ୍କ ପୋଷ୍ଟ୍‌ ଜରିଆରେ ପରୋକ୍ଷରେ ଟ୍ରୋଲର୍ସଙ୍କୁ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଅତୁଟ ଭଲପାଇବା ରହିଛି।

ଆପଣ ଜାଣନ୍ତି ଯେ ମହାଲକ୍ଷ୍ମୀଙ୍କର ଏହା ଦ୍ବିତୀୟ ବିବାହ। ସେ ପ୍ରଥମ ସ୍ବାମୀଙ୍କ ସହ ପ୍ରତ‌ାରଣା କରି ରବୀନ୍ଦର୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଟଙ୍କା ପାଇଁ ବିବାହ କରିଥିବା ‌କହି ପ୍ରଶଂସକ ସମ‌ାଲୋଚନା କରି ଆସୁଛନ୍ତି। ଦୁଇ ଜଣଙ୍କ ଯୋଡ଼ି ଶାରୀରିକ ଦୃଷ୍ଟିରୁ ସମନ୍ବିତ ହୋଇ ନଥିବାରୁ ମହାଲକ୍ଷ୍ମୀ ଟଙ୍କା ପାଇଁ ପ୍ରଯୋଜକଙ୍କୁ ବିବାହ କରିଛନ୍ତି ବୋଲି ସମାଲୋଚିତ ହୋଇ ଆସୁଛନ୍ତି।

ସମ୍ବନ୍ଧିତ ଖବର