‘ଛାଁକୁ ଛାଁଁ’ ଓ ‘ସାଥିରେ’ର ସଫଳତା ପରେ ଏବେ ଆଗାମୀ ନୂଆ ମ୍ୟୁଜିକ୍ ଭିଡିଓ ଅପେକ୍ଷାରେ ଅଛନ୍ତି ଅଭିନେତ୍ରୀ ମାମୁନ୍। ଆମ ଟିଭି ମ୍ୟୁଜିକ୍ ଦ୍ବାରା ରିଲିଜ୍ ହୋଇଥିବା ‘ଛାଁକୁ ଛାଁ’ ଓ ‘ସାଥିରେ’ ଗୀତରେ ବାବୁଙ୍କ ନିର୍ଦ୍ଦେଶନା ଦର୍ଶକଙ୍କୁ ଚମତ୍କାର ଲାଗିଛି। ଏହି ମ୍ୟୁଜିକ୍ ଭିଡିଓଟିକୁ ଖୁବ୍ କମ୍ ଦିନରେ ତିରିଶ ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣି।
‘ଛାଁକୁ ଛାଁ’ ଓ ‘ସାଥିରେ’ ଗୀତଟି ଦୁଇଟିର ପ୍ରଯୋଜନା ଆମ ଟିଭି କରିଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ବାବୁ ଏବଂ ଏଥିରେ ଖୁବ୍ ସୁନ୍ଦର ଭାବେ ଅଭିନୟ କରିଛନ୍ତି ମାମୁନ୍ ଓ ସଞ୍ଜୀବ। ଏଥିସହ ‘ଛାଁକୁ ଛାଁ’ ଓ ‘ସାଥିରେ’ ଗୀତଟି ଦୁଇଟିର ପ୍ରେମ୍ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର ଓ ଅନୁରାଧା ପାଣିଗ୍ରାହୀ। ଏ ଦୁଇଟି ମ୍ୟୁଜିକ୍ ଭିଡିଓରେ ମାମୁନ୍ଙ୍କ ସୁନ୍ଦର ଅଭିନୟ ଦେଖି ବିଭିନ୍ନ ମୁଭି ପ୍ରଡକ୍ସନ୍ ହାଉସ୍ରୁ ତାଙ୍କୁ ଡାକରା ଆସିବାରେ ଲାଗିଛି। ଏହା ଭିତରେ ରହିଛି ‘ଲଭ ଇମ୍ପସିବଲ୍’ ଓ ‘ପ୍ରେମ କେବେ ହାରେନା’