ନୁଆଦିଲ୍ଲୀ: ତାମିଲ ଅଭିନେତ୍ରୀ ନିବେଥା ପେଥୁରାଜ ବୁଧବାର ସୋସିଆଲ ମିଡିଆରେ ଅର୍ଡର କରିଥିବା ଖାଦ୍ୟର ଏକ ଫଟୋ ସେୟାର କରିଥିଲେ। ଯାହାକୁ ସେ ଫୁଡ଼ ଆପ ସୁଇଗିରୁ ଅର୍ଡର କରିଥିଲେ। ତେବେ ଏହି ଖାଦ୍ୟରେ ଅସରପା ଦେଖିବା ପରେ ଅଭିନେତ୍ରୀ ସୋସିଆଲ ମିଡିଆର ସାହାର ନେଇ ଫୁଡ ଡେଲିଭରି ଆପ ସମେତ ରେସ୍ତାରାଁ  ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ନିବେଥା ଗୋଟିଏ ପରେ ଗୋଟିଏ ଏମିତି ଅନେକ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Advertisment

ନିବେଥା ଲେଖିଛନ୍ତି, ମୋତେ ଜଣା ନାହିଁ କି ସୁଇଗି ଇଣ୍ଡିଆ ଓ ତାହା ସହିତ ଜଡ଼ିତ ଥିବା ରେସ୍ତୋରାଁ କେଉଁ ଶ୍ରେଣୀର। ଖାଦ୍ୟ ଅର୍ଡର କରିବା ପରେ ମୋତେ ସେଥିରୁ ଦୁଇଥର ଅସରପା ବାହାରିବା ଦେଖିବାକୁ ମିଳିଛି। ଏଭଳି ରେସ୍ତୋରାଁ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏଥିସହିତ ଜରିମାନା ବି ଲଗାଯିବା ଦରକାର। ମୁନଲାଇଟ ରେସ୍ତୋରାଁକୁ ସଙ୍ଗେସଙ୍ଗେ ଆପରୁ ହଟାନ୍ତୁ।

ଏହି ପୋଷ୍ଟ ଦେଖିବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସେମାନଙ୍କୁ ବି ଖାଦ୍ୟ ଅର୍ଡର କରିବା ପରେ ଖାଦ୍ୟରେ ଅସରପା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ସୁଇଙ୍ଗି ଇଣ୍ଡିଆକୁ ଅନୁରୋଧ ତୁରନ୍ତ ଏହି ରେସ୍ତୋରାଁକୁ ନିଜ ଆପରୁ ବାହାର କରନ୍ତୁ ବୋଲି ନିବେଥା କହିଛନ୍ତି।