ଧୂମପାନ କରି ଟ୍ରୋଲ ହୋଇଥିଲେ ପ୍ରିୟଙ୍କା, ଏ ନେଇ ପରୀଣିତିଙ୍କ ପ୍ରତିକ୍ରିୟା ମଗାଯିବା ପରେ ମିଳିଲା ଏଭଳି ଉତ୍ତର…

ମୁମ୍ବାଇ : କିଛି ଦିନ ତଳେ ନିଜ ଜନ୍ମଦିନକୁ ସ୍ୱାମୀ ନିକ୍‌ ଓ ପରିବାର ସହ ପାଳନ କରିଥିଲେ ପ୍ରିୟଙ୍କା । ଜନ୍ମଦିନର କିଛି ଫଟୋ ଭାଇରାଲ ହୋଇଥିଲା ଯେଉଁଠି ପ୍ରିୟଙ୍କାଙ୍କୁ ଧୂମପାନ କରୁଥିବା ଦେଖାଯାଇଥିଲା । ଫଟୋରେ ତାଙ୍କ ମା’ ଏବଂ ସ୍ୱାମୀ ନିକ୍‌ ମଧ୍ୟ ନଜର ଆସୁଥିଲେ । ୩ଜଣଙ୍କୁ ଧୂମପାନ କରୁଥିବା ଦେଖି ଲୋକେ ତାଙ୍କୁ ଟ୍ରୋଲ କରିଥିଲେ । ଦିଦିଙ୍କୁ ଦୀପାବଳିରେ ଆସ୍ଥମା ହୋଇଯାଉଛି କିନ୍ତୁ ଏବେ ଧୂମପାନ କରୁଛନ୍ତି ବୋଲି କହି ଲୋକେ ଟ୍ରୋଲ କରିିଥିଲେ ।

oneindia.com

ଏବେ ଏ ନେଇ ଭଉଣୀ ତଥା ଅଭିନେତ୍ରୀ ପରୀଣିତି ଚୋପ୍ରାଙ୍କୁ ପଚରାଯିବା ପରେ ସେ ଅଜବ ପ୍ରତିକ୍ରିୟା ରଖିଛନ୍ତି । ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେବା ସମୟରେ ତାଙ୍କୁ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, ମୋର ଏ ବିଷୟ ଉପରେ କିଛି କହିବାର କୌଣସି ଅଧିକାର ନାହିଁ । ମୁଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନାହିଁ ବୋଲି କହିଥିଲେ ପରୀଣିତି ।

ସମ୍ବନ୍ଧିତ ଖବର