ହୋଟେଲରୁ ମିଳିଲା ବଙ୍ଗୀୟା ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ମୃତଦେହ; ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ
ନୂଆଦିଲ୍ଲୀ : ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ସିଲିଗୁଡ଼ିର ଏକ ହୋଟେଲରୁ ମିଳିଛି । ହଠାତ୍ ଏଭଳି ଖବର ଶୁଣି ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି । ମୃତ୍ୟୁ ପଛର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ସଂନ୍ଧ୍ୟାରେ ସିଲିଗୁଡ଼ିର ଚର୍ଚ୍ଚ ରୋଡ଼୍ରେ ଥିବା ଏକ ହୋଟେଲରେ ଚେକ୍ ଇନ୍ କରିଥିବା ବେଳେ ବୁଧବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ହୋଟେଲ କର୍ମଚାରୀଙ୍କ କହିବା ଅନୁଯାୟୀ, ପାୟଲ ବୁଧବାର ସକାଳେ ଗଙ୍ଗଟକ୍ ଯିବାକୁ ଥିବା ବେଳେ ବୁଧବାର ସେ ରୁମ୍ରୁ ନ ବାହାରିବା ସହ ଚେକ୍ ଆଉଟ୍ର କୌଣସି ପ୍ରକ୍ରିଆ ଆରମ୍ଭ କରି ନଥିଲେ । ଭିତରକୁ ଯିବା ପରଠାରୁ ତାଙ୍କୁ ରୁମ୍ର କବାଟ ବନ୍ଦ ରହିଥିଲା । ଅନେକ ଥର କବାଟ ବାଡ଼େଇବା ପରେ କବାଟ ନ ଖୋଲିବାରୁ ହୋଟେଲର କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଆସି କବାଟ ଭାଙ୍ଗି ଭିତରକୁ ଯିବା ପରେ ତାଙ୍କ ମୃତଦେହ ପଡ଼ିଥିବାର ଦେଖା ଯାଇଥିଲା । ତେବେ ଏହି ଘଟଣା ପଛର କାରଣ କ’ଣ ତାହାର ତଦନ୍ତ କରୁଛି ପୁଲିସ ।
ସୂଚନା ମୁତାବକ, ସେ ଅନେକ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରି ସାରିଥିବା ବେଳେ ବଲିଉଡ୍ ଫିଲ୍ମ ‘ଗୁଡ଼୍ଡୁକି ଗନ୍’ରେ ମଧ୍ୟ ନଜର ଆସିଥିଲେ । ଆଗକୁ ତାଙ୍କର ବଙ୍ଗଳା ଫିଲ୍ମ ‘କେଲୋ’ ସୁଟିଂ ଆରମ୍ଭ ହେବାକୁ ଥିଲା,ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦର୍ଶକେ ଦେଖିବାକୁ ପାଇଥାନ୍ତେ ।