ଅଭିନେତା ଅନୁଭବଙ୍କ ‘ଦାଦାଗିରି’ ଧୀରେ ଧୀରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି। ପ୍ରଥମେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ ଖେଳିଲେ। ତା’ପରେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଝିଲି’ ଓ ‘ବିଜୟିନୀ’ର ମୁଖ୍ୟ କଳାକାର। ଆଉ ଏଥର ଓଡ଼ିଶାବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜୀ। ନିଜର ସୁପର୍ହିଟ୍ ଫିଲ୍ମ ଓ ଗୀତରେ ଓଡ଼ିଆ ଦର୍ଶକଙ୍କ ମନ ମୋହିଆସିଛନ୍ତି ରଚନା। ‘ରାଧା ନାଚିବ ନାଚିବ’ ସହ ଅନେକ ସୁପର୍ହିଟ୍ ଚଳଚ୍ଚିତ୍ର ଗୀତର ତାଳେ ତାଳେ ନାଚିବା ସହ ଓଡ଼ିଶାବାସୀଙ୍କ ଭଲ ପାଇବା ଏବେ ବି ସେ ମନେ ରଖିଛନ୍ତି ବୋଲି ଭାବବିହ୍ବଳ ହୋଇ ରଚନା କହିଥିଲେ।
ରଚନା ବାନାର୍ଜୀ ଓଡ଼ିଆ ଚଳଚ୍ଚିତ୍ର ଜଗତ୍ରେ ‘ସାଗର ଗଙ୍ଗା’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରବେଶ କରି ୪୦ରୁ ଅଧିକ ସିନେମାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। ଅଭିନେତ୍ରୀ ରଚନା ଅଭିନେତା ଅନୁଭବଙ୍କ ସହ ଚଳଚ୍ଚିତ୍ର ‘କର୍ତ୍ତବ୍ୟ’ ଓ ‘ନାୟକ ନୁହେଁ ମୁଁ ଖଳନାୟକ’ରେ ମଧ୍ୟ ଅଭିନୟ କରିଛନ୍ତି। ଜୀ-ସାର୍ଥକର ମେଗା ରିୟାଲିଟି ଗେମ୍ ସୋ’ ‘ଦାଦାଗିରି’ ସେଟ୍ରେ ଅଭିନେତ୍ରୀ ରଚନା ଓଡ଼ିଶାବାସୀଙ୍କ ଭଲ ପାଇବା, କଳା ସଂସ୍କୃତିକୁ ପ୍ରଶଂସା କରିବା ସହ ଅଭିନୟ କ୍ୟାରିୟର୍ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ। ରଚନାଙ୍କ ନୃତ୍ୟ ସହ ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଓ ଅଭିନୟ ‘ଦାଦାଗିରି’ର ମୁଖ୍ୟ ଆକର୍ଷଣ ସାଜି ଅଧ୍ୟାୟଟି ଦର୍ଶକମାନଙ୍କ ହୃଦୟ ଛୁଇଁବ ବୋଲି ଜୀ-ସାର୍ଥକର ଚ୍ୟାନେଲ୍ ମୁଖ୍ୟ ଅର୍ଘ୍ୟ ରଏ ଚୌଧୁରୀ ଜଣାଇଛନ୍ତି।
ଏହି ସ୍ବତନ୍ତ୍ର ଅଧ୍ୟାୟକୁ ଆସନ୍ତା ଶନିବାର ୨୯ ଜାନୁଆରି ରାତି ୯ଟାରେ ଦର୍ଶକମାନେ ଦେଖିପାରିବେ। ଏଥିସହ ଜୀ-ସାର୍ଥକର ମେଗା ଧାରାବାହିକ ‘ତୋ ପାଇଁ ମୁଁ ମୋ ପାଇଁ ତୁ’ ର କଳାକାରଙ୍କୁ ନେଇ ସ୍ବତନ୍ତ୍ର ଅଧ୍ୟାୟ ଜାନୁଆରି ୩୦ ରବିବାର ରାତି ୯ଟାରେ ପ୍ରସାରଣ କରାଯିବ ବୋଲି ଜୀ-ସାର୍ଥକ ପକ୍ଷରୁ ପ୍ରକାଶ ପାଇଛି। ‘ଦାଦାଗିରି’ର ଏଇ ଦୁଇଟି ସ୍ବତନ୍ତ୍ର ଅଧ୍ୟାୟ ସବୁଠାରୁ ନିଆରା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/rachana.jpg)