ଆପ ନେତାଙ୍କ ବୟାନକୁ ନେଇ ରାଗି ଗଲେ ରାକ୍ଷୀ, କହିଲେ-‘ମୋ ଠାରୁ ଦୂରେଇ ରୁହ, ନଚେତ…’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ରାକ୍ଷୀ ସାୱନ୍ତଙ୍କ ଆଇଟମ ଡ୍ୟାନ୍ସ ବି ଚର୍ଚ୍ଚାରେ ରହିଥାଏ। ନିକଟରେ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ଏକ ବୟାନରେ ସାକ୍ଷୀ ସାୱନ୍ତଙ୍କୁ ନେଇ ଆଲୋଚନା କରିଥିଲେ। ଏହା ରାକ୍ଷୀ ସାୱନ୍ତଙ୍କୁ ଆଦୌ ଭଲ ଲାଗି ନଥିଲା। ରାକ୍ଷୀ ସାୱନ୍ତ ଏକ ଭିଡିଓ ଜରିଆରେ ଆମ ଆଦମୀ ପାର୍ଟିର ନେତା ରାଘବ ଚଡ୍ଡାଙ୍କୁ କହିଛନ୍ତି, ‘ମୋ ଠାରୁ ଦୂରରେ ରୁହନ୍ତୁ, ନଚେତ…..

ଆଗକୁ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଶାସକ କଂଗ୍ରେସ ମଧ୍ୟରେ କନ୍ଦଳ କାହାକୁ ଅଛପା ନାହିଁ । କିନ୍ତୁ ଏବେ କଂଗ୍ରେସକୁ ଟାର୍ଗେଟକୁ କରୁଛି ଆମ ଆଦମୀ ପାର୍ଟି । ନିର୍ବାଚନ ବେଳେ ରାଜନୈତିକ ବୟାନବାଜି କିଛି ନୂଆ କଥା ନୁହେଁ । କିନ୍ତୁ ପଞ୍ଜାବ ରାଜନୀତିରେ ଏବେ ଯେଉଁଭଳି ବୟାନବାଜି ଚାଲିଛି ତାହାକୁ ନେଇ ଚର୍ଚ୍ଚା ହେଉଛି ।

ରାଘବ ଚଢା ଟ୍ୱିଟ୍ କରି ସିଦ୍ଧୁଙ୍କୁ ଟାର୍ଗେଟ କରି କହିଥିଲେ, ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ରାଜନୀତିର ରାକ୍ଷୀ ସାୱନ୍ତ। ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

 

 

View this post on Instagram

 

A post shared by Rakhi Sawant (@rakhisawant2511)

ଏହି ବୟାନ ରାକ୍ଷୀଙ୍କ ପାଖରେ ପହଞ୍ଚିବା ପରେ ସେ ରାଗି ଯାଇଥିଲେ। ରାକ୍ଷୀ  ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଏକ କମେଣ୍ଟର ପ୍ରତିକ୍ରିୟାିର ସ୍କ୍ରିନ ସଟ ସେୟାର କରି ଲେଖିଛନ୍ତି, ମୋର ସ୍ବାମୀ ରାଘବ ଚଡ୍ଡାଙ୍କୁ ଉତ୍ତର ଦେଇଛନ୍ତି। ମୁଁ ଏକା ଥିବା ଜାଣି ମୋତେ ହଇରାଣ କରୁଥିଲେ। ଆଜି କହୁଛି ମୋ ଆଖିରେ ଲୁହ ଆସିଗଲେ ମୋ ସ୍ବାମୀ ସହି ପାରନ୍ତି ନାହିଁ। ସେ ମୋ ସମ୍ମାନ ରକ୍ଷା କରିବା ପାଇଁ ସର୍ବଦା ଛିଡା ହୋଇଥାଆନ୍ତି। ମୁଁ ମୋ ସ୍ବାମୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି।

ସମ୍ବନ୍ଧିତ ଖବର