ଏହି କାରଣରୁ ଗିରଫ ହେଲେ ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। କିଛି ଦିନ ପୂର୍ବରୁ ସେ ନିଜର ଦ୍ବିତୀୟ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ତାଙ୍କ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସେ ତାଙ୍କ ଭାଇ ରାକେଶ ସାୱନ୍ତଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶଙ୍କୁ ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଚେକ୍ ବାଉନ୍ସ ମାମଲାରେ ରାକ୍ଷୀ ସାୱନ୍ତଙ୍କ ଭାଇ ରାକେଶ ସାୱନ୍ତଙ୍କୁ ଓସିୱାରା ପୁଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଏହା ପରେ କୋର୍ଟ ତାଙ୍କୁ ମେ’ ୨୨ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ୨୦୨୦ରେ ଜଣେ ବ୍ୟବସାୟୀ ରାକେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ମାମଲାରେ ତାଙ୍କୁ ତିନି ବର୍ଷ ପୂର୍ବେ ଜେଲ ଯିବାକୁ ପଡିଥିଲା। ଏହା ପରେ ଚେକ୍ ବାଉନ୍ସ ମାମଲାରେ ସେ ବ୍ୟବସାୟୀଙ୍କୁ ଟଙ୍କା ଫେରସ୍ତ କରିବା ସର୍ତ୍ତ ରଖି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତେବେ ରାକେଶ ଏହା କରିବାରେ ବିଫଳ ହେବାରୁ ତାଙ୍କୁ ପୁଣି ଥରେ ଗିରଫ କରାଯାଇଛି।

ଏହାପୂର୍ବରୁ ରାକେଶ ଆଦିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ ଯେ “ଆମ ମା’ଙ୍କର ‌ଦେହାନ୍ତ ହେବା ଦିନ ଆଦିଲ ରାକ୍ଷୀଙ୍କୁ ବହୁତ ମାଡ ମାରିଥିଲେ। ଆମ ପରିବାର ଏହାକୁ ନେଇ ରାଗି ଯାଇଥିଲେ। ଆମେ ରାକ୍ଷୀଙ୍କୁ କୁପର୍ ହସ୍ପିଟାଲକୁ ଯିବାକୁ ଅନୁରୋଧ କରିଥିଲୁ। ଆମେ ତାଙ୍କୁ ସେଠାକୁ ନେଇ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲୁ। ଆଦିଲ ମୋ ଭଉଣୀ ସହ ପଶୁ ପରି ବ୍ୟବହାର କରୁଥିଲେ। ମାଡ଼ ପାଇଁ ମୋ ଭଉଣୀ ଶରୀରରେ କଳା ଦାଗ ଆସିଯାଇଥିଲା। “

ସମ୍ବନ୍ଧିତ ଖବର