ସାଧାରଣତଃ ଟିଭି ଧାରାବାହିକରେ କାମ କରୁଥିବା କଳାକାରମାନେ ଅଭିନୟରେ ପୋଖତ ହେଲା ପରେ ଚଳଚ୍ଚିତ୍ର ଜଗତକୁ ପାଦ ବଢ଼ାଇଥା’ନ୍ତି। ଏହାଦ୍ବାରା ସେମାନଙ୍କୁ ଦର୍ଶକୀୟ ସ୍ବୀକୃତି ମିଳିବାର ସମ୍ଭାବନା ଅଧିକ ରହିଥାଏ। ମାତ୍ର ସିନେ ଦୁନିଆଁରେ ପ୍ରଥମେ ପାଦ ଥାପି ସେଥିରେ ଆଶାନୁରୂପ ଗ୍ରହଣୀୟତା ହାସଲ କରିସାରି ଟିଭି ଧାରାବାହିକକୁ ଫେରିବାର ଭିନ୍ନ ପରମ୍ପରାକୁ ଆପଣେଇଛନ୍ତି ଅଭିନେତ୍ରୀ ରଶ୍ମି ଦେଶାଇ ଓରଫ ଶିବାନୀ ଦେଶାଇ। ତେବେ ଏପରି ବିପରୀତ ବାଟର ବାଟୋଇ ସାଜିବା ତାଙ୍କ ପାଇଁ କଳ୍ପନାତୀତ ଭାବେ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏଥିପାଇଁ ତାଙ୍କୁ ବାର ଥର ଜାତୀୟ ସ୍ତରୀୟ ସମ୍ମାନ ପାଇଁ ସୁପାରିସ କରାଯିବ ସହ ସେ ସାତଥର ଏହି ସମ୍ମାନ ହାସଲ କରିବାର ଗୌରବ ଅର୍ଜନ କରିପାରିଛନ୍ତି।
/sambad/media/post_attachments/wp-content/uploads/2022/02/ras.jpg)
ଆସାମର ନାଗାଓଁ ଠାରେ ୧୯୮୬ ଫେବ୍ରୁଆରି ୧୩ ତାରିଖରେ ଏକ ଗୁଜରାଟୀ ପରିବାରରେ ଜନ୍ମିତ ରଶ୍ମିଙ୍କର ବାଲ୍ୟଜୀବନ ଓ ଶିକ୍ଷାଗ୍ରହଣ ମୁମ୍ବାଇରେ କଟିଥିଲା। ପର୍ଯ୍ୟଟନ ଓ ଯାତ୍ରା ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରି ହାସଲ କରିଥିବା ରଶ୍ମି ୨୦୦୨ରେ ଆସାମୀ ସିନେମା ‘କନ୍ୟାଦାନ’ ମାଧ୍ୟମରେ ଫିଲ୍ମ ଜଗତ୍କୁ ପ୍ରଥମ ପ୍ରବେଶ କରିଥିଲେ। ଏହାପରେ ୨୦୦୪ରେ ଶାହରୁଖ୍ ଖାଁ ଅଭିନୀତ ‘ୟେ ଲହ୍ମେ ଜୁଦାଇ କେ’ ଦେଇ ହିନ୍ଦୀ ସିନେମାକୁ ପାଦ ବଢ଼ାଇଥିଲେ। ସେହିପରି ୨୦୦୫ରେ ‘ସବନମ୍ ମୌସୀ’ରେ ନିଜକୁ ଆଉ ଟିକେ ଦୃଢ଼ କରି ଭୋଜପୁରୀ ସିନେମା ଆଡ଼କୁ ମନ ବଳାଇଥିଲେ। ‘ବଲମା ବଡ଼ା ନାଦାନ’ ଓ ‘ଗବ୍ବର ସିଂହ’ ପରି ଭୋଜପୁରୀ ସିନେମାରେ ସେ ଦର୍ଶକଙ୍କ ଠାରୁ ଅପୂର୍ବ ପ୍ରଶଂସା ସାଉଁଟିଥିବା ବେଳେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସିନେମା ‘କବ୍ ହୋଇ ଗୌନା ହମ୍ମାର’ରେ ମଧ୍ୟ ପ୍ରଶଂକମାନେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଥିଲେ।
news.abplive.comତେବେ ଆଉ ଚାରି ପାଞ୍ଚଟି ଭୋଜପୁରୀ ସିନେମାରେ ଅଭିନୟ କରି ୨୦୦୬ରେ ସେ ଜୀ ଟିଭିର ପୌରାଣିକ ଧାରାବାହିକ ‘ରାବଣ’ର ମନ୍ଦୋଦରୀ ଭୂମିକା ମାଧ୍ୟମରେ ଟିଭି ପରଦା ଆପଣେଇବାକୁ ପସନ୍ଦ କରିଥିଲେ। ଏହି ଅବସରରେ କ୍ଷୁଦ୍ର ଇଂରାଜୀ ସିନେମା ‘ସମ୍ବର ସାଲସା’ ସମେତ ଆଉ କିଛି ଭୋଜପୁରୀ ସିନେମାରେ ମଧ୍ୟ ଅଭିନୟ ଜାରି ରଖିଥିଲେ। ତେବେ ଧାରାବାହିକ ‘ପରୀ ହୁଁ ମେଁ’ରେ ତାଙ୍କର ଦ୍ବୈତ ଭୂମିକା ଦର୍ଶକଙ୍କ ମନରେ ଚହଳ ପକାଇ ଦେଇଥିଲା। ଏହାପରେ ୨୦୦୯ରୁ ୨୦୧୪ ଯାଏ ‘ଉତ୍ତରଣ’ ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରାଇବା ସହ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଟେଲି ସମ୍ମାନ ଓ ଆଇଟା ସମ୍ମାନ ଆଣି ଦେଇଥିଲା। ସେହିପରି ‘କମେଡ଼ି ସର୍କସ ୩ କା ତଡ଼କା’, ‘ମୀଠି ଛୂରି ନଂ୧’, ‘କମେଡ଼ି ସର୍କସ ମହାସଂଗ୍ରାମ’ ଓ ‘କମେଡ଼ି କା ମହା ମୁକାବଲା’ ଆଦି ବାସ୍ତବଧର୍ମୀ ଧାରାବାହିକରେ ସେ ଦର୍ଶକମାନଙ୍କର ପସନ୍ଦ ସାଜିଥିଲେ। ଏହାପରେ ବିଭିନ୍ନ ଟିଭି ଚ୍ୟାନେଲ ପାଇଁ ସଂଖ୍ୟାଧିକ ଧାରାବାହିକରେ ଭିନ୍ନ ଭିନ୍ନ ଅବତାରରେ ଦେଖାଦେଇଥିବା ରଶ୍ମି ହିନ୍ଦୀ ଫିଲ୍ମ ‘ଦବଙ୍ଗ ୨’ରେ ଏକ ସଂକ୍ଷିପ୍ତ ଭୂମିକା ନିଭାଇବା ସହ ଗୁଜରାଟୀ ଫିଲ୍ମ ‘ସୁପରଷ୍ଟାର’ରେ ମଧ୍ୟ କିଛି ଚକମା ଦେଖାଇଥିଲେ।
wikinbio.comତେବେ ଅଭିନୟରେ ଏତେ ସଫଳତା ଲାଭ କରିଥିବା ରଶ୍ମିଙ୍କର କିନ୍ତୁ ଦାମ୍ପତ୍ୟ ଜୀବନ ସେଭଳି ସଫଳ ହୋଇପାରିନାହିଁ। ୨୦୧୨ ଫେବ୍ରୁଆରିରେ ସେ ‘ଉତ୍ତରଣ’ର ସହଅଭିନେତା ନନ୍ଦୀଶ ସାନ୍ଧୁଙ୍କୁ ବିବାହ କରିଥିଲେ, ମାତ୍ର ତାହା ବେଶୀ ଦିନ ତିଷ୍ଠିନଥିଲା। ୨୦୧୬ରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଏହାପରେ ୨୦୧୮ରେ ‘ବିଗ୍ ବସ୍୧୩’ର ସହଅଭିନେତା ଆରହାନ୍ ଖାଁଙ୍କ ପ୍ରସ୍ତାବ କ୍ରମେ ରଶ୍ମି ତାଙ୍କୁ ବିବାହ କରିଥିଲେ। ତେବେ ୨୦୨୦ରେ ମଧ୍ୟ ତାଙ୍କର ଏହି ଦ୍ବିତୀୟ ବିବାହ ବିଚ୍ଛେଦ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ଦ୍୪-1.jpg)