ବ୍ୟାଡମିଣ୍ଟନ୍‌ କୋଚ୍‌ ଏବେ ଶ୍ରଦ୍ଧା କପୁରଙ୍କ ନୂଆ ପାର୍ଟନର୍‌ !

ମୁମ୍ବାଇ :ସମ୍ପ୍ରତି ବ୍ୟାଡମିଣ୍ଟନ୍‌ ଚମ୍ପିଅନ୍‌ ସାଇନା ନେହଓ୍ଵାଲଙ୍କ ଜୀବନୀ ଆଧାରିତ ଏକ ଫିଲ୍ମ ନିର୍ମାଣରେ ବ୍ୟସ୍ତ ଅଛନ୍ତି ନିର୍ଦ୍ଦେଶକ ଅମୋଲ୍‌ ଗୁପ୍ତେ।ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି।
ଏହି ସିନେମାରେ ସାଇନା ନେହଓ୍ଵାଲ୍‌ ଚରିତ୍ରଟି ନିଭାଇଛନ୍ତି ପ୍ରତିଭାସଂପନ୍ନା ଅଭିନେତ୍ରୀ ଶ୍ରଦ୍ଧା କପୁର। ତେବେଏହି ସିନେମାରେ ତାଙ୍କ ବିପକ୍ଷରେ କାହାକୁ ନିଆଯାଉଛି ତାହା ଏବେ ସ୍ପଷ୍ଟ ହୋଇଛି। ଯଦି ଆପଣ ଭାବୁଥିବେ କେହି ଜଣେ ଷ୍ଟାରଙ୍କୁ ନିଆଯାଇଛି , ତେବେ ଆପଣ ଭୁଲ ଭାବୁଛନ୍ତି। ହଁ ,ଏଥିରେ ଜଣେ ରିଅଲ ଲାଇଫ୍‌ ବ୍ୟାଡମିଣ୍ଟନ୍‌ ଖେଳାଳୀଙ୍କୁ ଶ୍ରଦ୍ଧା କପୁରଙ୍କ ନାୟକ ଭୂମିକା ମିଳିଛି। ଏହି ଯୁବକ ଜଣକ ହେଲେ ଇଶାନ୍‌ ନକଭି। ଏଠାରେ ସୂଚନାଯୋଗ୍ୟ ଯେ ଇଶାନ୍‌ ଶ୍ରଦ୍ଧା କପୁରଙ୍କର ବ୍ୟାଡମିଣ୍ଟନ୍‌ କୋଚ୍‌ ଥିଲେ । ଦେଖାଯାଉ ଏହି ରିଲ ଯୋଡିଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି।


ପୂର୍ବରୁ ଶ୍ରଦ୍ଧା ଅଣ୍ଡର ଓ୍ଵାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଭଉଣୀ ହସୀନା ପାର୍କର ଭୂମିକାରେ ଖୁବ୍‌ଶୀଘ୍ର ଫିଲ୍ମ ‘ହସୀନା’ରେ ନଜର ଆସିବେ। ଏହା ତାଙ୍କର ପ୍ରଥମ ବାଓପିକ୍‌ ସିନେମା ହୋଇଥିବା ବେଳେ ସାଇନାଙ୍କ ଉପରେ ନିର୍ମିତ ଫିଲ୍ମ ହେବ ଶ୍ରଦ୍ଧା କପୁରଙ୍କର ଦ୍ୱିତୀୟ ବାଓପିକ୍‌ ଫିଲ୍ମ।

ସାଇନା ମଧ୍ୟ ଖୁସି ଯେ, ତାଙ୍କ ଚରିତ୍ରଟି ଶ୍ରଦ୍ଧା ନିଭାଉଛନ୍ତି। ସାଇନା କହିଛନ୍ତି ଯେ ଶ୍ରଦ୍ଧା ବଲିଉଡ୍‌ର ଜଣେ ଟ୍ୟାଲେଣ୍ଟେଡ୍‌ ଆକ୍ଟଟ୍ରେସ୍‌, ସେ ଏହି ରୋଲକୁ ଖୁବ୍‌ ପ୍ରଭାବଶାଳୀ ଢଙ୍ଗରେ ନିଭାଇବେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସାଇନା ନେହଓ୍ଵାଲଙ୍କ ଉପରେ ଆଧାରିତ ବାଓପିକ୍‌ ନିର୍ମାଣ କରୁଛନ୍ତି ଟିସିରିଜ୍‌ର ଭୂଷଣ କୁମାର।

ସମ୍ବନ୍ଧିତ ଖବର