ବାଳିକା ବଧୂ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ବ୍ରେନ ଷ୍ଟ୍ରୋକ, ଚିକିତ୍ସା ପାଇଁ ମାଗିଲେ ଆର୍ଥିକ ସହାୟତା

ଲୋକପ୍ରିୟ ଧାରାବାହିକ ବାଳିକା ବଧୂର ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ବ୍ରେନ ଷ୍ଟ୍ରୋକ ହୋଇଛି। ମୁମ୍ବାଇର ୟାରୀ ରୋଡ଼ରେ ରହୁଥିବା ସୁରେଖା ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବାହ୍ନ ୧୧ ଟାରେ ଜୁସ ପିଇବା ବେଳେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ତେବେ ଅର୍ଥାଭାବରୁ ସେ ବଡ଼ ହସ୍ପିଟାଲରେ ଭର୍ତ୍ତି ହୋଇନପାରି କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨୦୧୮ ରେ ମଧ୍ୟ ତାଙ୍କର ସୁଟିଂ ସମୟରେ ବ୍ରେନ ଷ୍ଟ୍ରୋକ ହୋଇଥିଲେ ହେଁ ପରେ ଭଲ ହୋଇଯାଇଥିଲା। ତାଙ୍କ ଯତ୍ନ ନେବାକୁ ପାଖରେ ଜଣେ ନର୍ସ ରହୁଥିଲେ। ସେହି ନର୍ସ ଏବେ ସୁରେଖାଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଲୋଡ଼ିଛନ୍ତି। ସୁରେଖା ଧାରାବାହିକ ସହ କିଛି ଫିଲ୍ମରେ ବି କାମ କରିଛନ୍ତି।

ସମ୍ବନ୍ଧିତ ଖବର