ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲା !

ମୁମ୍ବାଇ : ‘ହେଟ୍‌ ଷ୍ଟୋରି-୨’ରେ ଅଭିନୟ କରି ପ୍ରଶଂସାର ପାତ୍ର ବନିଥିବା ଅଭିନେତ୍ରୀ ସୁର୍‌ଭିନ୍‌ ଚାଓ୍ଵଲା ମା’ ହେବାକୁ ଯାଉଛନ୍ତି । ଏବେ ସେ ‘ସାକ୍ରେଡ଼୍‍ ଗେମ’୍ସରେ ଅଭିନୟ କରି ଚର୍ଚ୍ଚାରେ ଥିବା ବେଳେ ତାଙ୍କ ମା’ ହେବା ଖବର ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି । ପରଦାରେ ସେ ଅନେକ ଚରିତ୍ରରେ ନଜର ଆସିଥିବା ବେଳେ ଏବେ ତାଙ୍କୁ ଆଉ ଏକ ନୂଆ ଚରିତ୍ର ମିଳିବାକୁ ଯାଉଛି । ନିଜ ଅସଲ ଜୀବନରେ ସେ ଏକ ଭିନ୍ନ ଚରିତ୍ରରେ କାମ କରିବାକୁ ଯାଉଛନ୍ତି ।

India Today

ଖୁବ୍‌ ଶୀଘ୍ର ସେ ମା’ ହେବାକୁ ଯାଉଥିବା ବେଳେ ଏ ନେଇ ସେ ବହୁତ ଖୁସି ଥିବା ଜଣାପଡ଼ିଛି । ପୂର୍ବରୁ ଏହି ଖବରକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ସତ ବୋଲି ପ୍ରମାଣ ହୋଇଛି। ଆସନ୍ତା ଏପ୍ରିଲ ମାସରେ ତାଙ୍କର ପ୍ରସବର ସମୟ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ୨୦୧୫ରେ ଅକ୍ଷୟ ଠକ୍କରଙ୍କୁ ସୁର୍‌ଭିନ୍‌ ବିବାହ କରିଥିବା ବେଳେ ତାଙ୍କ ବିବାହରେ ଖୁବ୍‌ କମ ଲୋକ ସାମିଲ ହୋଇଥିଲେ । ଚୁପ୍‌ଚାପ୍‌ ବିବାହ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ତାଙ୍କ ମା’ ହେବା ଖବର ସମସ୍ତଙ୍କୁ ଖୁସି କରାଇଛି ।

ସମ୍ବନ୍ଧିତ ଖବର