ମଡେଲଙ୍କୁ ହତ୍ୟା କରାଯିବା ଖବର ଶୁଣି ତାପ୍ସୀଙ୍କ ଟୁଇଟ୍; ବୋଧହୁଏ ପ୍ରେମିକ କେତେ ଭଲ ପାଉଥିଲା ତାହା ପ୍ରମାଣ କରିବାକୁ ଏଭଳି କରିଛି
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତାପ୍ସୀ ପନ୍ନୁ ନିଜ କାମ ସହ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । କୌଣସି ବିଷୟକୁ ନେଇ ସେ ନିଜର ମତ ରଖିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଏବେ ସେ ଜଣେ ମଡେଲଙ୍କ ହତ୍ୟା ଘଟଣାକୁ ନେଇ ଟୁଇଟ୍ କରିବାରୁ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ମହାରାଷ୍ଟ୍ରର ନାଗପୁରରେ ଜଣେ ପ୍ରେମିକ ନିଜ ୧୯ବର୍ଷୀୟା ପ୍ରେମିକାଙ୍କ ଚରିତ୍ର ଉପରେ ସନ୍ଦେହ କରି ହତ୍ୟା କରିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ଦେଖି, କିଏ ଜାଣିଲା, ସେମାନେ ପରସ୍ପରକୁ ପାଗଳ ଭଳି ଭଲ ପାଉଥିବେ । ଆଉ ଏଭଳି କରିବା ପ୍ରେମିକର ସତ ପ୍ରେମର ପ୍ରମାଣ ହୋଇଥିବ ବୋଲି ଟୁଇଟ୍ କରିଥିଲେ ତାପ୍ସୀ । ତାଙ୍କର ଏଭଳି ଟୁଇଟ୍ ଦେଖି ଲୋକେ ତାଙ୍କୁ ଟ୍ରୋଲ କରିବା ସହ ତାଙ୍କୁ ନିଜ ଚିନ୍ତାଧାରା ପାଇଁ ଲାଜ କରିବାକୁ କହିଥିଲେ । ଟ୍ରୋଲ ହେଉଥିବା ଦେଖି ତାପ୍ସୀ ଅନ୍ୟ ଏକ ଟୁଇଟ୍ କରି, ଯେଉଁ ଲୋକମାନଙ୍କ ପାଖରେ ବ୍ୟଙ୍ଗ ବୁଝିବାର କ୍ଷମତା ନାହିଁ, ସେମାନେ ମୋ ଟୁଇଟ୍କୁ ଅଣଦେଖା କରନ୍ତୁ ବୋଲି ଲେଖିଥିଲେ ।
Or maybe let’s just say they were madly in love with each other n this ‘act’ was to validate his TRUE love for her. ??♀️ https://t.co/BGmhA7XHyM
— taapsee pannu (@taapsee) July 15, 2019
ତେବେ ତାପ୍ସୀଙ୍କ ଏଭଳି ଟୁଇଟ୍ ଫିଲ୍ମ କବୀର ସିଂହର ନିର୍ଦ୍ଦେଶକ ସନ୍ଦୀପ ବଙ୍ଗାଙ୍କ ପାଇଁ ଥିଲା ବୋଲି ଚର୍ଚ୍ଚା ହେଉଛି । କାରଣ ଫିଲ୍ମ କବୀର ସିଂହର ପ୍ରମୋସନ ସମୟରେ, ସେ ଭଲପାଇବା କ’ଣ, ଯେଉଁଥିରେ ଚାପୁଡ଼ା ମାରିବାର ଅଧିକାର ନଥିବ ବୋଲି କହିଥିଲେ ସନ୍ଦୀପ । ସନ୍ଦୀପଙ୍କ ଏଭଳି ବୟାନ ପରେ ତାପ୍ସୀ ତାଙ୍କୁ ପରିହାସ କରି ଏଭଳି ଟୁଇଟ୍ କରିଥିବା ଚର୍ଚ୍ଚା ହେଉଛି ।