ଠକେଇର ଶିକାର ହେଲେ ଅଭିନେତ୍ରୀ ଟିନା ଦତ୍ତା! ପ୍ରଯୋଜକ ଠକି ନେଲେ ୩୦ଲକ୍ଷ
ମୁମ୍ବାଇ : ଲୋକପ୍ରିୟ ଧାରାବାହିକ ଉତ୍ରନ୍ର ଅଭିନେତ୍ରୀ ଟିନା ଦତ୍ତା ଏବେ ଚର୍ଚ୍ଚାରେ । ଜଣେ ପ୍ରଯୋଜକଙ୍କ ବିରୋଧରେ ୩୦ଲକ୍ଷ ଟଙ୍କାର ଠକେଇର ଅଭିଯୋଗ ଆଣି ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ନାଁ ନ ନେଇ ଧାରାବାହିକ ବନ୍ଦ ହେବା ପରେ ଟଙ୍କା ଦେବାକୁ କହି ଦେଇ ନଥିଲେ ପ୍ରଯୋଜକ ବୋଲି ଅଭିଯୋଗ କରିଛନ୍ତି ଟିନା । ଧାରାବାହିକ ନ ଚାଲିବାରୁ ତାଙ୍କର ଅନେକ କ୍ଷତି ହୋଇଥିଲା ସତ । କିନ୍ତୁ ସେ ମୋତେ ମୋ ଟଙ୍କା ଫେରାଇ ନ ପାରିବା ଭଳି ପରିସ୍ଥିତି ତାଙ୍କର ନଥିଲା । ସେ ଚାହିଁଥିଲେ ଫେରାଇ ପାରିଥାନ୍ତେ । ତାଙ୍କ ପାଖରେ ଟଙ୍କା ଯୋଗାଡ଼ କରିବାର ଅନେକ ବାଟ ଥିଲା । କିନ୍ତୁ ସେ ଜାଣି ଜାଣି ମୋତେ ୩୦ଲକ୍ଷ ଟଙ୍କା ଦେଇ ନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ସମୟରେ ମୋତେ ଟଙ୍କାର ଆବଶ୍ୟକତା ରହିଥିଲା, ସେହି ସମୟରେ ପ୍ରଯୋଜକ ମୋତେ ଟଙ୍କା ଦେବାକୁ ନେଇ ପଛକୁ ହଟି ଯାଇଥିଲେ । ସେ ସମୟରେ ମୁଁ ନୂଆ ଘର କିଣିଥିଲି । ପ୍ରଯୋଜକଙ୍କ ପାଖରେ ଥିବା ମୋ ଟଙ୍କା ପାଇ ମୁଁ ଘରର ପଇସା ଶୁଝିବି ବୋଲି ଭାବିଥିବା ବେଳେ ଦିନେ ସେ ମୋତେ ଫୋନ କରି ଟଙ୍କା ଦେଇ ପାରିବି ନାହିଁ ବୋଲି କହିଥିଲେ । ଏଭଳି ଶୁଣି ମୁଁ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲି ବୋଲି କହିଛନ୍ତି ଟିନା । ତେବେ ପ୍ରଯୋଜକଙ୍କ ନାଁ ନ ନେଇଥିଲେ ବି ସେ ଏବେ ଏ ନେଇ ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍ରେ ଅଭିଯୋଗ କରିଛନ୍ତି ।