ମୁମ୍ବାଇ:ବଲିଉଡର ଲୋକପ୍ରିୟ ନାୟିକା ୟାମୀ ଗୌତମ୍ ଏବେ ଭାଷା ସାହିତ୍ୟ ପ୍ରେମରେ ପଡ଼ିଛନ୍ତି । ସେ ଏଥିଲାଗି ଖୁବ୍ ଲିଟରେଚର ପଢ଼ୁଛନ୍ତି। ଏ ସଂପର୍କରେ ୟାମୀ ଗୌତମ୍ କହିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ‘ବତ୍ତି ଗୁଲ ମିଟର୍ ଚାଲୁ ’ ରେ ଏଭଳି ଏକ ଚରିତ୍ର ମିଳିଛି ଯେଉଁଥିରେ ଏଭଳି ଆବଶ୍ୟକତା ରହିଛି। ଖାଲି ସେତିକି ନୁହେଁ ୟାମୀ କେତେକ ଛୋଟକାଟର ଓକିଲଙ୍କୁ ମଧ୍ୟ ଭେଟୁଛନ୍ତି। ‘ବତ୍ତି ଗୁଲ ମିଟର୍ ଚାଲୁ ’ ରେ ଶାହିଦ୍ କପୁରଙ୍କ ସହ ଅଛନ୍ତି।
ଏଥିରେ ଶାହିଦ୍ କପୁରଙ୍କ ବିପକ୍ଷରେ ବି ନଜର ଆସିବେ ଶ୍ରଦ୍ଧା କପୁର । ତେବେ ୟାମୀଙ୍କୁ ନେଇ କିଛି ଅସୁବିଧା ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ଯେ ଟି ସିରିଜ୍ ଏହି ସିନେମାରେ ୟାମୀ ଗୌତମ୍ଙ୍କୁ ନ ନେବାଲାଗି ଚାପ ପକାଇଥିଲେ। କାରଣ ଏହି ବ୍ୟାନରର ପୂର୍ବ ସିନେମା ‘ସନମରେ’ର ସୁଟିଂ ବେଳେ ଟି ସିରିଜ ପ୍ରଯୋଜିତ ଏହାର ନିର୍ଦ୍ଦେଶକ ଦିବ୍ୟା କୁମାରଙ୍କ ସହ ମତଭେଦ ଉପୁଜିଥିଲା ,ଯେଉଁଥିପାଇଁ ‘ସନମ ରେ’ ସୁପରହିଟ ହେବାପରେ ବି ୟାମୀଙ୍କୁ ଉକ୍ତ ସଂସ୍ଥା ଅନ୍ୟ କୌଣସି ସିନେମାରେ ନେଇ ନଥିଲେ। ଦିବ୍ୟା କୁମାର ‘ଅବ୍ ତୁହ୍ମାରେ ହଓ୍ଵାଲେ ବତନ୍ ସାଥୀଓଁ ’ରେ ନାୟିକା ବନିଥିଲେ।

ଏକଥାକୁ ନିଜେ ପ୍ରଯୋଜିକା ପ୍ରେରଣା ଅରୋଡା ବି ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ‘ବତ୍ତି ଗୁଲ୍ ମିଟର ଚାଲୁ’ ସିନେମାରେ ନାୟିକା ଭୂମିକାଲାଗି ୟାମୀ ଗୌତମ୍ଙ୍କୁ ନିଆ ଯାଇଛି। ଯାହା ସମସ୍ୟା ଥିଲା ତାର ସମାଧାନ ହୋଇଯାଇଛି।