୨୦୨୦ ମସିହା ସମସ୍ତଙ୍କ ପାଇଁ ଦୁଃଖର ପାହାଡ଼ ନେଇ ଆସିଛି। ଚଳିତବର୍ଷ ବହୁ ଖ୍ୟାତିସଂପନ୍ନ ବ୍ୟକ୍ତିତ୍ବଙ୍କ ମୃତ୍ୟୁ ହେଲାଣି। ଆଜି ସକାଳେ ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଅଶୁଭ ଖବର ଥିଲା। ୟେ ରିସ୍ତା କ୍ୟା କହଲାତା ହୈ ଏବଂ କୁମ୍କୁମ୍ ଭାଗ୍ୟ ଭଳି ଲୋକପ୍ରିୟ ଧାରାବାହିକର ଅଭିନେତ୍ରୀ ଜରୀନା ରୋସନ ଖାନ୍ଙ୍କ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୫୪ବର୍ଷ ବୟସ ହୋଇଥିଲା।
ଏହି ଖବର କେବଳ ଟେଲିଭିଜନ ଇଣ୍ଡଷ୍ଟ୍ରି ନୁହେଁ, କୁମ୍କୁମ୍ ଭାଗ୍ୟକୁ ପସନ୍ଦ କରୁଥିବା ଅଗଣିତ ଦର୍ଶକ ମହଲରେ ଶୋକର ଛାୟା ଖେଳାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/zarina-aa.jpg)