ମୁମ୍ବାଇ: ବଲିଉଡରେ କ୍ୟାରିଅର୍ ଆରମ୍ଭ କରିବା ବେଳେ ଅଧିକାଂଶ ଅଭିନେତ୍ରୀ ବଡ଼ ଷ୍ଟାର୍ ହେବାର ସ୍ୱପ୍ନ ଦେଖନ୍ତି। ସେମାନେ ତାଙ୍କ କଳା ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିବେ ବୋଲି ଭାବିଥାଆନ୍ତି। ଏଭଳି ପରିସ୍ଥିତିରେ କିଛି ନିଜ କ୍ୟାରିୟରରେ କେହି ସଫଳ ହୁଅନ୍ତି ତ ପୁଣି କେହି ବିଫଳ। ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରିରେ ଫ୍ଲପ୍ ନାୟିକା ଥିଲେ, କିନ୍ତୁ ବାସ୍ତବ ଜୀବନରେ ଏବେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଆସନ୍ତୁ ସେହିଭଳି ତିନି ନାୟିକାଙ୍କ କଥା ଜାଣିବା...
ଶମିତା ସେଟ୍ଟୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସାନ ଭଉଣୀ ଶମିତା ସେଟ୍ଟୀଙ୍କୁ ବେଶୀ ଫିଲ୍ମରେ ଦେଖିବାକୁ ମିଳିନାହିଁ। କିନ୍ତୁ ତାଙ୍କ ଅଭିନୀତ ଗୀତ ‘ଶରାରା ଶରାରା...’ ତାଙ୍କୁ ଲୋକପ୍ରିୟତା ହାସଲ କରିବାରେ ସାହାଯ୍ୟ କରିଛି। ଶମିତା ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି ଏବଂ ନିଜର ଇଣ୍ଟେରିଅର୍ ଡିଜାଇନ୍ ସଂସ୍ଥା ଚଳାଉଛନ୍ତି। ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିବା ଶମିତା ସେ ଏବେ ଖୁବ୍ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଶମିତାଙ୍କୁ ଶେଷ ଥର ପାଇଁ ଟିଭି ଶୋ ବିଗ୍ ବସ୍ରେ ଦେଖିବାକୁ ମିଳିଥିଲା।
ଆୟେଶା ଟାକିଆ: ଅଭିନେତ୍ରୀ ଆୟେଶା ଟାକିଆ ସଲମାନ ଖାନଙ୍କ ବିପକ୍ଷରେ ନାୟିକା ବନି ବଲିଉଡରେ ଡେବ୍ୟୁ କରିଥିଲେ। ଆୟେଶାଙ୍କ ଡେବ୍ୟୁ ଚଳଚ୍ଚିତ୍ରଟି ଖୁବ୍ ସଫଳ ହୋଇଥିଲା। ଏହା ପରେ ଅଭିନେତ୍ରୀଙ୍କୁ ଦୁଇଟି ଫିଲ୍ମରେ ଦେଖିବାକୁ ମିଳିଥିଲା। ହେଲେ ସେଦୁଇଟି ଛବିକୁ ସେଭଳି ସଫଳତା ମିଳି ନଥିଲା। ଏହାପରେ ଫ୍ଲପ୍ ନାୟିକାର ତାଲିକାଭୁକ୍ତ ହୋଇଥିଲେ ସେ। ଏହାପରେ ଆୟେଶା ଅକସ୍ମାତ୍ ହୋଟେଲ୍ ବ୍ୟବସାୟୀ ଫରହାନ୍ ଆଜମୀଙ୍କୁ ବିବାହ କରି ବଲିଉଡରୁ ସମ୍ପୂର୍ଣ୍ଣ ବିଦାୟ ନେଇଥିଲେ। ହେଲେ ଆଜି ଏହି ଅଭିନେତ୍ରୀ ବେଶ୍ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି।
ସେଲିନା ଜେଟଲୀ: ବଲିଉଡର ଫ୍ଲପ୍ ଅଭିନେତ୍ରୀ ତାଲିକାରେ ଅଭିନେତ୍ରୀ ସେଲିନା ଜେଟଲୀଙ୍କ ନାଁ ବି ରହିଛି। ସେ କେତୋଟି ବିଗ୍ ବଜେଟ୍ ଛବିରେ କାମ କରି ବି ଆଶାନୁରୂପ ସଫଳତା ପାଇ ନଥିଲେ। ତେବେ ସେଲିନା ବାସ୍ତବ ଜୀବନରେ ଏବେ ଶାନଦାର୍ ଜୀବନ ଅତିବାହିତ କରୁଛନ୍ତି। ସେ ଅଷ୍ଟ୍ରିଆର ଜଣାଶୁଣା ବ୍ୟବସାୟୀ ପିଟର ହଗ୍ଙ୍କୁ ବିବାହ କରିଛନ୍ତି। ପିଟରଙ୍କା ଶ୍ରୀଲଙ୍କା ଓ ସିଙ୍ଗାପୁରରେ ବଡ଼ବଡ଼ ହୋଟେଲ୍ ରହିଛି।