ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ରହିବା ଆରମ୍ଭ କଲେଣି। ଅଦା ନିଜେ ଏହି ଖବରକୁ କିଛିଦିନ ପୂର୍ବରୁ ନିଶ୍ଚିତ କରିଛନ୍ତି। ତେବେ ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି।

Advertisment

ନିକଟରେ ଅଦା ସୁଶାନ୍ତଙ୍କ ଘରକୁ ସିପ୍ଟ ହେବା ସମୟରେ ତାଙ୍କ ଅନୁଭୂତି କିପରି ଥିଲା ତାହାକୁ ସେ ସମସ୍ତଙ୍କ ସହିତ ଆଲୋଚନା କରି କହିଛନ୍ତି, ‘ହଁ ସିଫ୍ଟ କରିବା ସମୟରେ ଭୟ ଲାଗୁଥିଲା। ପୁଣି ମନକୁ ବୁଝାଇଲି ଭୟ କ’ଣ ପାଇଁ। ଯଦି ଜୀବନରେ କିଛି ଭୁଲ କରି ନାହିଁ ତେବେ ଭୟ କାହିଁକି କରିବାକୁ ଯିବି। ଯଦି କିଛି ଭୁଲ କରିଥିବି କୌଣସି ଘଟଣାକୁ ନେଇ ପଶ୍ଚତାପ କରୁଥିବି ତେବେ ଭୟ ଲାଗିବ। କିନ୍ତୁ ହଁ ଏତିକି କହିବି ସୁଶାନ୍ତ ଘରକୁ ସିଫ୍ଟ ହେବା ସମୟରେ ତାଙ୍କ କଥା ବହୁତ ମନେ ପଡ଼ୁଥିଲା। ବିଶ୍ବାସ ହେଉ ନଥିଲା ସେ ଆଉ ଏ ଦୁନିଆରେ ନାହାନ୍ତି। ଯେମିତି ଲାଗୁଥିଲା ସେ ମୋ ଆଖପାଖରେ ହିଁ ଅଛନ୍ତି।’

କିଛିଦିନ ତଳେ ଅଦା ସାକ୍ଷାତକାରରେ କହିଥିଲେ, “ମୁଁ ଚାରିମାସ ପୂର୍ବରୁ ଫ୍ଲାଟରେ ରହିବା ଆରମ୍ଭ କଲାଣି। କିନ୍ତୁ ମୁଁ ବସ୍ତର ଏବଂ ଦି କେରଳ ଷ୍ଟୋରୀର ଓଟିଟି ରିଲିଜ୍ ଏବଂ ମୋର ଅନେକ ପ୍ରୋଜେକ୍ଟର ପ୍ରଚାରରେ ବ୍ୟସ୍ତ ଥିବାରୁ ଜଣାଇପାରି ନଥିଲି। ଫିଲ୍ମର ପ୍ରଚାର ପରେ ମୁଁ ମଥୁରାର ହାତୀ ଅଭୟାରଣ୍ୟରେ କିଛି ସମୟ ବିତାଇଥିଲି। ଏବେ ମୁଁ କିଛି ସମୟ ନିଜ ପାଇଁ କାଢ଼ି ଫ୍ଲାଟକୁ ଆସିଛି।”