ମୁମ୍ବାଇ: 'ଦ କେରଲା ଷ୍ଟୋରି'ର ଅଭିନେତ୍ରୀ ଅଦା ଶର୍ମା କିଛି ମାସ ପୂର୍ବେ ମୁମ୍ବାଇର ସୁଶାନ୍ତ ସିଂ ରାଜପୁତଙ୍କ ଘରକୁ ରହିବାକୁ ଯାଇଛନ୍ତି। କିଛି ବର୍ଷ ପୂର୍ବେ ଏହି ଘରେ ସୁଶାନ୍ତ ସିଂଙ୍କର ମୃତ୍ୟୁ ହୋଇଥିଲା। ଚାରି ବର୍ଷ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଘର ଖାଲି ରହିଥିଲା। ଏଠାରେ ରହିବାକୁ କେହି ରାଜି ହେଉ ନଥିଲେ। କିନ୍ତୁ ଦୀର୍ଘ ୪ବର୍ଷ ପରେ ଅଦା ଶର୍ମା ସୁଶାନ୍ତଙ୍କ ଘରକୁ ରହିବାକୁ ଆସିଛନ୍ତି। ଏହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ ବି କରୁଛନ୍ତି।

Advertisment

ଟ୍ରୋଲ କରୁଥିବା ଲୋକଙ୍କୁ ଅଦା କହିଛନ୍ତି, “ଜଣେ ଅଭିନେତ୍ରୀ ଭାବରେ, କିମ୍ବା ଜଣେ ବ୍ୟକ୍ତି ଭାବରେ ଆପଣମାନେ ଯାହାସବୁ କହୁଛନ୍ତି ସେସବୁର ମୁଁ ପ୍ରତିକ୍ରିୟା ଦେଇପାରିବି ନାହିଁ । ଆମ ସମସ୍ତଙ୍କୁ ଜୀବନରେ ଅନେକ ପରିସ୍ଥିତିର ସାମ୍ନା କରିବାକୁ ହୋଇଥାଏ। ଜୀବନଟାକୁ ଆମେ ଯେତେ ସହଜ ଭାବୁ ସେତେ ହୋଇ ନଥାଏ। ଆମ ଦେଶ ଏକ ସ୍ବତନ୍ତ୍ର ଦେଶ ଏବଂ ସମସ୍ତଙ୍କୁ ନିଜ ମତ ଦେବାର ଅଧିକାର ଅଛି। 


ମୁଁ କ’ଣ ତାହାକୁ ପ୍ରମାଣ କରିବାକୁ ଏଠାକୁ ଆସି ନାହିଁ। ମୋତେ ଯାହା କରିବାର ଥିଲା କଲି।
ସୁଶାନ୍ତଙ୍କ ଘରକୁ ଆସିବାପରେ ଲୋକେ ମୋତେ ଅନେକ ପ୍ରକାର ପ୍ରଶ୍ନ ପଚାରୁଛନ୍ତି। ଯେମିତି କି ଘରେ କେବେ ସୁଶାନ୍ତଙ୍କୁ ଅନୁଭବ କରିଛ କି? କିଛି ଅସ୍ବାଭାବିକ ଅନୁଭବ ହୋଇଛି କି? ଏସବୁ ପ୍ରଶ୍ନର ଉତ୍ତର ଦେଇ କହିବି ହିଁ ହୋଇଛି। କିନ୍ତୁ ଭୟ ଡର ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହେଁ। ଏଭଳି ପ୍ରଶ୍ନର ଉତ୍ତର ଦେବା ମୁଁ ଜରୁରୀ ଭାବୁ ନାହିଁ।’