ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଲା ଅଭିନେତ୍ରୀ ଅଦା ଶର୍ମାଙ୍କ ଖବର କାଗଜରେ ତିଆରି ହୋଇଥିବା ପୋଷାକ, ଉପସ୍ଥିତ ଲୋକଙ୍କ ଉଡ଼ିଲା ହୋସ୍‌!

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଅଦା ଖାନ୍‌ ଫିଲ୍ମ ଜରିଆରେ ସେତେ ଚର୍ଚ୍ଚିତ ହୋଇ ନ ଥିଲେ ମଧ୍ୟ ଏବେ ନିଜର ପୋଷାକ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ଅଦା ଶର୍ମା ମୁମ୍ବାଇରେ ଆୟୋଜିତ ହୋଇଥିବା ଫେମିନା ବିୟୁଟି ଆଓ୍ଵାର୍ଡ଼ ସୋ’ରେ ପହଞ୍ଚିଥିଲେ । ଏହି ସମୟରେ ସେ ଯେଉଁ ପୋଷାକ ପିନ୍ଧିଥିଲେ, ତାହାକୁ ଦେଖି ଉପସ୍ଥିତ ଲୋକଙ୍କ ହୋସ ଉଡି ଯାଇଥିଲା ।

jansatta.com

ଖବର କାଗଜ ପ୍ରିଣ୍ଟର ପୋଷାକ ପିନ୍ଧି ସେ ଆଓ୍ଵାର୍ଡ଼ ସୋ’ରେ ପହଞ୍ଚିଥିଲେ । ଏହାକୁ ଦେଖି ଲୋକେ ନିଜ ଆଖିକୁ ବିଶ୍ୱାସ କରି ପାରି ନ ଥିଲେ । ତାଙ୍କ ପୋଷାକର ପ୍ରିଣ୍ଟ ଲୋକମାନଙ୍କୁ ପସନ୍ଦ ଆସିଥିଲା । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଅଦାଙ୍କ ପୋଷାକକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ଲୋକ ଅଦାଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି । ଚଳନ୍ତା ଖବର କାଗଜ ବୋଲି କିଛି ଲୋକ କହିବା ସହ କିଛି ରଣବୀର ସିଂହଙ୍କୁ ଟକ୍କର ଦେବା ପାଇଁ କିଏ ଆସିଗଲା ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର