‘ଦି କେରଳ ଷ୍ଟୋରୀ’ ପାଇଁ ଚର୍ଚ୍ଚାରେ ଥିବା ଅଦା ଶର୍ମାଙ୍କ ହାତରୁ ଏହି କାରଣରୁ ଚାଲିଯାଉଥିଲା ଫିଲ୍ମ

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୩୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ ପ୍ରତ୍ୟେକ ଚରିତ୍ରକୁ ଗୁରୁତ୍ବ ଦିଆଯାଇଥିବା ବେଳେ ଅଭିନେତ୍ରୀ ଅଦା ଶର୍ମାଙ୍କ ଚରିତ୍ରକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଫିଲ୍ମରେ ତାଙ୍କୁ କିଭଳି ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଯାଉଛି ତାହା ଦେଖାଯିବା ସହ ଗର୍ଭବତୀ ଥିବା ବେଳେ ତାଙ୍କ ସହ ତାଙ୍କ ସ୍ବାମୀ କିଭଳି ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଛନ୍ତି ଓ ମା’ ହେବା ପରେ ତାଙ୍କ ସହ ଏକାଧିକ ଲୋକ କିଭଳି ଦୁଷ୍କର୍ମ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ତେବେ ଏହି ଫିଲ୍ମ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଦାଙ୍କ ହାତରୁ ଦିନେ ଗୋଟିଏ ପରେ ଗୋଟିଏ ଫିଲ୍ମ ଚାଲିଯାଉଥିଲା ବୋଲି ଜଣାପଡ଼ିଛି। ତାଙ୍କ ନାକ ପାଇଁ ତାଙ୍କ ହାତରୁ ଫିଲ୍ମ ଚାଲିଯାଉଥିଲା ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଅଦା।

‌ତାଙ୍କ କହିବା ମୁତାବକ, ପ୍ରଥମେ ପ୍ରଥମେ ଇଣ୍ଡଷ୍ଟ୍ରିର ଲୋକେ ମୋତେ ନାକର ସର୍ଜରୀ କରି ନାକକୁ ଠିକ କରିବାକୁ କହୁଥିଲେ। ଏବେ ମୁଁ ଯେହେତୁ ଫିଲ୍ମ କରିସାରିଲିଣି ଭାବୁଛି ସମସ୍ତଙ୍କୁ ମୋ ନାକ ଭଲ ଲାଗିବ। ମଶା ମାନେ ମୋତେ ବହୁତ ଭଲ ପାଉଥିଲେ,କାରଣ ମଶାମାନେ ମୋତେ ବହୁତ କାମୁଡ଼ନ୍ତି। ଯଦି ମୋତେ ମଶାମାନଙ୍କ ଭଳି ନିର୍ଦ୍ଦେଶକ ଓ ପ୍ରଯୋଜକ ପସନ୍ଦ କରିଥାନ୍ତେ, ତେବେ ମୋ ହାତରୁ ଫିଲ୍ମ ଯାଇନଥାନ୍ତା। ଆଶା କରୁଛି ଦି କେରଳ ଷ୍ଟୋରୀ ପରେ ନିର୍ଦ୍ଦେଶକ ଓ ପ୍ରଯୋଜକ ମୋତେ କାମ ଦେବାକୁ ପସନ୍ଦ କରିବେ।

ସମ୍ବନ୍ଧିତ ଖବର