ମୁମ୍ବାଇ: ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାକ୍ଷୀ ତାଙ୍କ ପ୍ରେମିକ ଆଦିଲ ଦୁରାନୀଙ୍କ ସହ ଦ୍ୱିତୀୟ ବିବାହ କରିଥିବା ବିଷୟରେ କିଛି ଦିନ ତଳେ ଫଟୋ ସେୟାର କରି ଜଣାଇଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେବା ପରେ ରାକ୍ଷୀ, ଆଦିଲଙ୍କ ସହ କୋର୍ଟରେ ବିବାହ କରିଥିଲେ। ଦୁହେଁ ୭ମାସ ତଳେ ବିବାହ କରିଥିବା ବେଳେ ଆଦିଲ ଧୋକା ଦେଉଥିବା ସନ୍ଦେହ କରି ରାକ୍ଷୀ ଏବେ ବିବାହ କଥା ଜଣାଉଥିବା କହିଥିଲେ।

Advertisment

ରାକ୍ଷୀଙ୍କ ଏହି ଖୁସାଲା ପରେ ଆଦିଲ ବିବାହକୁ ସ୍ବୀକାର କରୁନଥିବା ଚର୍ଚ୍ଚା ହେଉଥିଲା। ହେଲେ ଏବେ ଆଦିଲ ସମସ୍ତଙ୍କ ସାମ୍ନାକୁ ଆସି  ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି। ଇ-ଟାଇମ୍ସକୁ ସାକ୍ଷାତକାର ଦେଇ ଆଦିଲ କହିଛନ୍ତି, ମୁଁ ଏବଂ ରାକ୍ଷୀ ପରସ୍ପରକୁ ବିବାହ କରିଛୁ। ଆମେ ସାଙ୍ଗ ହୋଇ ରହୁଛୁ ଏବଂ ଖୁସି ଅଛୁ। ମୁଁ ରାକ୍ଷୀଙ୍କୁ ବିବାହ ବିଷୟରେ କାହାକୁ ନକହିବାକୁ କହିଥିଲି। କାରଣ ମୋ ପରିବାର ବିବାହ ପାଇଁ ରାଜି ନଥିଲେ। ସେମାନେ ରାଜି ନହେବା ପର୍ଯ୍ୟନ୍ତ ବିବାହ ବିଷୟରେ କାହାକୁ ନଜଣାଇବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ହେଲେ ରାକ୍ଷୀ ଏଭଳି ଫଟୋ ସେୟାର କରି ଖୁଲାସା କରିବା ପରେ ମୁଁ ବିବାହକୁ ସ୍ବୀକାର କରିନଥିବା ଚର୍ଚ୍ଚା ଜୋର ଧରିଥିଲା। ହେଲେ ସେ ସବୁ ମିଛ। ମୁଁ ରାକ୍ଷୀଙ୍କ ସହ ବିବାହକୁ ସ୍ବୀକାର କରୁଛି। ଏବେ ବି ମୋ ପରିବାର ରାଜି ନାହାନ୍ତି, ତାଙ୍କୁ ରାଜି କରାଇବା ପାଇଁ ଆଉ କିଛି ସମୟ ଲାଗିବ।

କିଛି ଦିନ ତଳେ ରାକ୍ଷୀ କହିଥିଲେ, ଆଦିଲଙ୍କୁ ମୁଁ ୭ମାସ ତଳେ ବିବାହ କରିଥିଲି। ସେ ମାତେ ଏ ଖବର ଲୁଚାଇବାକୁ କହିଥିଲେ। ଏବେ ମୋ ଜୀବନରେ ସବୁ କିଛି ଠିକ୍ ନଥିବାରୁ ମୁଁ ଏବିଷୟରେ ସମସ୍ତଙ୍କୁ ଜଣାଉଛି। ଆଦିଲ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହ‌ ହେବାରୁ ମୁଁ ଏଭଳି କରିଛି। ମୋ ମା’ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ୁଥିବା ବେ‌ଳେ ମୋତେ ଏଭଳି ଖବର ସେୟାର କରିବାକୁ ପଡ଼ୁଛି। ଜାଣିପାରୁନି କ’ଣ କରିବି।