ନୂଆଦିଲ୍ଲୀ: ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ' ସିନେମାକୁ ନେଇ ବିଭିନ୍ନ ପ୍ରକାର ବିବାଦ ମୁଣ୍ଡ ‌ଟେକିଛି । ଭାରତ ସମେତ ଏହି ସିନେମାକୁ ନେଇ ନେପାଳରେ ବି ବିରୋଧ କରାଯାଇଛି। ଏଥିସହିତ ସେଠାରେ ଫିଲ୍ମକୁ ବ୍ୟାନ କରିବା ପାଇଁ କାଠମାଣ୍ଡୁର ମେୟର ବାଲାନ ଶାହା ଘୋଷଣା ବି କରିସାରିଛନ୍ତି।

Advertisment

ତେବେ ‘ଆଦିପୁରୁଷ’ ସିନେମା ନିର୍ମାତା ଏକ ଚିଠି ଲେଖି ନେପାଳ ବାସିନ୍ଦାଙ୍କୁ କ୍ଷମା ମାଗିଛନ୍ତି। ଏଥିସହିତ ପ୍ରଡକସନ ହାଉନ ଟି-ସିରିଜ ବ୍ୟାନକୁ ହଟାଇବାକୁ ଅନୁରୋଧ ବି କରିଛି।

‘ଆଦିପୁରୁଷ’ ସିନେମା ନିର୍ମାତା କାଠମାଣ୍ଡୁର ମେୟର ବାଲାନ ଶାହାଙ୍କୁ ଏକ ସଂଳାପକୁ ନେଇ କ୍ଷମା ମାଗିଛନ୍ତି। ଯେଉଁଥିରେ ମାତା ସୀତାକୁ ଭାରତର ଝିଅ ବୋଲି କୁହାଯାଇଥିଲା। ନିର୍ମାତା ଲେଖିଥିବା ଚିଠିରେ କହିଛନ୍ତି, ‘ଏସବୁ ଜାଣିବୁଝି କରାଯାଇ ନାହିଁ। ଯାହାବି ତ୍ରୁଟି ଅଛି ତାହାକୁ ସଂଶୋଧନ କରି ଦେବୁ। ଯଦି ଆମେ କୌଣସି ପ୍ରକାରେ ନେପାଳ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛୁ, ସେଥିପାଇଁ ସର୍ବପ୍ରଥମେ କ୍ଷମା ମାଗୁଛୁ।  ଆମେ ଚାହୁଁଛୁ ଯେ ଆପଣ କଳ୍ପନାତ୍ମକ ଭାବରେ ସିନେମା ଦେଖନ୍ତୁ। ଆମ ଇତିହାସ ପ୍ରତି ଆଗ୍ରହ ବଜାୟ ରଖନ୍ତୁ। ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ସିନେମାକୁ ପହଞ୍ଚାଇବା ପାଇଁ ଆପଣଙ୍କୁ ଅନୁରୋଧ କରୁଛୁ।’

‘ଆଦିପୁରୁଷ’ ସିନେମାରେ ସୀତାଙ୍କ ଜନ୍ମସ୍ଥାନ ବିହାରର ସୀତାମାରୀ ଜିଲ୍ଲାରେ ହୋଇଥିବା କୁହାଯାଉଥିବା ବେଳେ ନେପାଳ ସରକାର ଦାବି କରି କହିଛନ୍ତି କି, ସୀତାଙ୍କ ଜନ୍ମ ନେପାଳର ଜନକପୁରରେ ହୋଇଥିଲା। କିନ୍ତୁ ‘ଆଦିପୁରୁଷ’ ସିନେମାରେ ସୀତାଙ୍କୁ ଭାରତର ଝିଅ ବୋଲି କୁହାଯାଉଛି।  ଏହା ଆଦୌ ଗ୍ରହଣୀୟ ନୁହେଁ। ଏଭଳି ଭୁଲ ତଥ୍ୟ ଆପଣମାନେ କେମିତିି ଦେଇ ପାରିଲେ।’