ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ 'ଆଦିପୁରୁଷ'କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ 'ରାମାୟଣ'ର ଚରିତ୍ରକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଫିଲ୍ମକୁ ଲୋକ ନାପସନ୍ଦ କରୁଥିଲେ ବି ନିର୍ଦ୍ଦେଶକ ଓମ ରାଉତ୍ ଫିଲ୍ମର ଆୟକୁ ନେଇ ଖୁସି ଅଛନ୍ତି। ଏହା ସହ ରାମାୟଣକୁ ସମ୍ପୂର୍ଣ୍ଣ ବୁଝିବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି।

Advertisment

ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ମୁଁ ଆପଣଙ୍କୁ କହିବି ଯେ ମୁଁ ରାମାୟଣକୁ ବୁଝିଛି, ମୁଁ ଭାବୁଛି ଏହା ଏକ ବଡ ଭୁଲ ହେବ। କାରଣ ମୁଁ ଭାବୁଛି ରାମାୟଣକୁ ବୁଝିବାର କ୍ଷମତା କାହାରି ପାଖରେ ନାହିଁ। ରାମାୟଣକୁ ନେଇ ମୁଁ ଯାହା ବି କିଛି ବୁଝିଛି ଏବଂ ଆପଣମାନେ ଯାହା ଜାଣିଛନ୍ତି, ଏହା ଏକ ଗୁଣ୍ଡିଚି ମୂଷାର ଅବଦାନ ପରି। ମୁଁ ରାମାୟଣ ବିଷୟରେ ଯାହା କିଛି ବୁଝିଛି, ତାହାକୁ ନେଇ ଫିଲ୍ମ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛି।

ଫିଲ୍ମର ଆୟକୁ ନେଇ ଓମ ରାଉତ୍ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବକ୍ସ ଅଫିସରେ ଫିଲ୍ମ କିଭଳି ପ୍ରତିକ୍ରିୟା ଗ୍ରହଣ କରୁଛି। ମୁଁ ଏହା ଜଣାଇ ବହୁତ ଖୁସି ଯେ ଆମେ ବିଶ୍ୱ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛୁ। ଆଦିପୁରୁଷ ପ୍ରଥମ ଦିନରେ ସର୍ବଭାରତୀୟ ସ୍ତରରେ ୧୪୦କୋଟି ଟଙ୍କା ରୋଜଗାର କରିଥିଲା। କିନ୍ତୁ ୬୦୦ କୋଟି ଟଙ୍କାର ବିପୁଳ ବଜେଟକୁ ବିଚାରକୁ ନେଲେ ଏପର୍ଯ୍ୟନ୍ତ ସଫଳ ହେବା ପାଇଁ ଅନେକ ବାଟ ବାକି ଅଛି।