ନୂଆଦିଲ୍ଲୀ: “କପଡା ତେରେ ବାପ କା, ତେଲ ତେରେ ବାପ କା, ଆଗ୍ ଭି ତେରେ ବାପ କି, ଜଲେଗି ଭି ତେରେ ବାପ କି…।” ଏହି ସଂଳାପ କିଏ ଲେଖିଛି? ଯେତେବେଳେ ଫିଲ୍ମ 'ଆଦିପୁରୁଷ' ମୁକ୍ତିଲାଭ କରିଥିଲା, ସେତେବେଳେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା। ଫିଲ୍ମରେ ଥିବା ଏହି ସଂଳାପକୁ ନେଇ ବିବାଦ ଆରମ୍ଭ ହେବା ସହ ଏହାକୁ ଲେଖିଥିବା ମନୋଜ ମୁସ୍ତାଶିରଙ୍କୁ ଟାର୍ଗେଟ କରାଯାଇଥିଲା। ବିବାଦ ପରେ ଫିଲ୍ମର ଆୟ ଉପରେ ପ୍ରଭାବ ପଡ଼ୁଥିବା ଦେଖି ନିର୍ମାତା ସଂଳାପ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।  ଏବେ ହନୁମାନଜୀଙ୍କ ସଂଳାପ ବଦଳା ଯାଇଥିବା ବେଳେ ନୂଆ ସଂଳାପ ସହିତ ପ୍ରେକ୍ଷାଳୟରେ ଫିଲ୍ମର ପ୍ରଦର୍ଶନ କରାଯାଉଛି।

Advertisment

ଏବେ ପ୍ରଦର୍ଶିତ ହେଉଥିବା ଫିଲ୍ମରେ ଦେଖାଯାଇଛି ଯେ, ହନୁମାନଜୀଙ୍କ ଲାଞ୍ଜରେ ନିଆଁ ଲାଗିଯାଉଛି। ସେ ପଛକୁ ବୁଲି କହୁଛନ୍ତି- 'କପଡା ତେରେ ଲଙ୍କା କା, ତେଲ ତେରେ ଲଙ୍କା କା, ଆଗ୍ ଭି ତେରେ ଲଙ୍କା କି, ଜଲେଗି ଭି ତେରେ ଲଙ୍କା କି…।' ବର୍ତ୍ତମାନ, ଏହି ସଂଳାପ ଦର୍ଶକଙ୍କ ଉପରେ କିଭଳି ପ୍ରଭାବ ପକାଇବ ତାହା କେବଳ ଜନସାଧାରଣ ହିଁ ସ୍ଥିର କରିବେ।

ତେବେ ଫିଲ୍ମଟି ୬୦୦କୋଟି ବଜେଟରେ ନିର୍ମାଣ କରାଯାଇଥିବା ବେଳେ ରିଲିଜର ପ୍ରଥମ ୩ଦିନ ପରେ ଫିଲ୍ମର ଆୟ କମିଛି। ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଏବେ ଏହା ୧୦କୋଟିକୁ ଖସି ଆସିଛି। ନିର୍ମାତା ଜାଣିଶୁଣି ନିଜ ଗୋଡ଼ରେ କୁରାଢ଼ୀ ମାରିଥିବା ଲୋକେ କହିବା ଆରମ୍ଭ କରିଛନ୍ତି।