ମୁମ୍ବାଇ: ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଏହି ଚଳଚ୍ଚିତ୍ରରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ଏବଂ ଫିଲ୍ମର ସଂଳାପକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ସମୟରେ ସମସ୍ତଙ୍କ ଟାର୍ଗେଟକୁ ଆସିଛନ୍ତି ଫିଲ୍ମର ଲେଖକ ମନୋଜ ମୁନ୍ତାଶିର। ସେ ଫିଲ୍ମର ସଂଳାପ ସବୁ ଲେଖିଥିବା ବେଳେ ପ୍ରଭ ହନୁମାନଙ୍କ ଚରିତ୍ର ପାଇଁ ଯେଉଁ ସବୁ ସଂଳାପ ଲେଖିଛନ୍ତି ତାକୁ ଲୋକ ବିରୋଧ କରୁଛନ୍ତି।
ଏମଧ୍ୟରେ ନିଜେ ନିଜର ସମର୍ଥନ କରିବାକୁ ଯାଇ ପ୍ରଭୁ ହନୁମାନଙ୍କୁ ନେଇ ଆଉ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ମନୋଜ। ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ବଜରଙ୍ଗ ବଲୀ ଭଗବାନ ନୁହନ୍ତି, ସେ ଜଣେ ଭକ୍ତ। ଆମେ ତାଙ୍କୁ ଭଗବାନ କରିଛେ, କାରଣ ତାଙ୍କ ଭକ୍ତିରେ ସେଭଳି ଶକ୍ତି ଥିଲା।
“बजरंग बली भगवान नहीं हैं भक्त हैं हमने उनको भगवान बनाया बाद में” - @manojmuntashir
अपनी मूर्खता का नित्य नया अध्याय लिखना बंद करो मनोज, चुप हो जाओ अभी भी समय है, जनता को बेफालतू का क्यूँ उकसा रहे हो, अपने दिमाग़ का इस्तेमाल बंद करो, उसमे लीद भरा है #ManojMuntashirShukla pic.twitter.com/CnzZDbPo1L
— Amitabh Chaudhary (@MithilaWaala) June 19, 2023
ପ୍ରଥମେ ସଂଳାପକୁ ନେଇ ବିବାଦ ହେଉଥିବା ବେଳେ ଏବେ ମନୋଜଙ୍କ ଏଭଳି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ବିବାଦ ମଧ୍ୟରେ ସୋମବାର ଫିଲ୍ମର ଆୟ କମିଥିବା ଦେଖିବାକୁ ମିଳିଛି। ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଫିଲ୍ମଟି ମାତ୍ର ୮.୫କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି।