ମୁମ୍ବାଇ: ଶୁକ୍ରବାର ଦିନ ମୁକ୍ତିଲାଭ କରିଥିବା ପୌରାଣିକ ‘ଆକ୍ସନ୍’ ଚଳଚ୍ଚିତ୍ର ‘ଆଦିପୁରୁଷ’ ନିମ୍ନଧରଣର ‘ଭିଜୁଆଲ୍ ଇଫେକ୍ଟ’ ଏବଂ ସଂଳାପ ଯୋଗୁଁ ତୀବ୍ର ସମାଲୋଚନାର ଶିକାର ହୋଇଛି। ଦର୍ଶକମାନେ ଦୀର୍ଘ ୬ ମାସ ପ୍ରତୀକ୍ଷା କରିବା ପରେ ‘ଆଦିପୁରଷ’ ମୁକ୍ତିଲାଭ କଲା। କିନ୍ତୁ, ମୁକ୍ତିଲାଭ କରିବା କ୍ଷଣି ନିମ୍ନଧରଣର ‘ଭିଜୁଆଲ୍ ଇଫେକ୍ଟ’ ଏବଂ ସଂଳାପ ଦର୍ଶକମାନଙ୍କ ମନ କିଣିପାରିନାହିଁ। ତେବେ ଫିଲ୍ମଟି ସମାଲୋଚନାର ଶିକାର ହୋଇଥିବା ବେଳେ ଏହି ଫିଲ୍ମରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଥିବା ପ୍ରଭାସ କିଭଳି ନିଜକୁ ପ୍ରସ୍ତୁତ କରିଥିଲେ ତାହା ଜଣାପଡ଼ିଛି।
କୁହାଯାଉଛି ଯେ, ଫିଲ୍ମରେ ପ୍ରଭୁ ରାଘବଙ୍କ ଚରିତ୍ର କରିବା ପାଇଁ ପ୍ରଭାସ ନିଜ ଖାଇବା ଓ ବ୍ୟାୟାମ କରିବା ଶୈଳୀରେ ଅନେକ ପରିବର୍ତ୍ତନ ଆଣିଥିଲେ। ସପ୍ତାହକୁ ୬ଦିନ ବ୍ୟାୟାମ କରିବା ସହ ପ୍ରଭାସ ବିଭିନ୍ନ ପ୍ରକାରର ମାଂସପେଶୀ ବ୍ୟୟାମ ଉପରେ ଧ୍ୟାନ ଦେଉଥିଲେ। ଦୌଡ଼ିବା, ପହଁରିବା, ସାଇକେଲ ଚଳାଇବା ସହ କାର୍ଡିଓ କରୁଥିଲେ ପ୍ରଭାସ। ଏହା ସହ ମାନସିକସ୍ତରରେ ସ୍ଥିର ରହିବା ପାଇଁ ଯୋଗ ବି କରୁଥିଲେ ବୋଲି ଜାତୀୟ ଗଣମାଧ୍ୟମ ଆଜ୍ ତକରେ ପ୍ରକାଶ ପାଇଛି।
ଆଜ୍ ତକ ଅନୁଯାୟୀ, ପ୍ରଭାସ ନିଜ ଡାଏଟରେ ମାଛ, ମାଂସ, ଅଣ୍ଡା ଓ କମ ଫ୍ୟାଟ୍ ଥିବା ଖାଦ୍ୟ ସାମିଲ ଥିଲା। ମିଠା, ଥଣ୍ଡା ପାନୀୟ ଓ ଫାଷ୍ଟଫୁଡ ଛାଡ଼ି ସେ ଫଳ ଓ ପରିବା ଖାଇବା ଆରମ୍ଭ କରିଥିଲେ। ପ୍ରଭୁ ରାଘବଙ୍କ ଚରିତ୍ର ପାଇଁ ଭଲ ଶାରୀରିକ ଗଠନର ଆବଶ୍ୟକତା ଥିବାରୁ ସେ ଦିନକୁ ୧୫ଟି ଅଣ୍ଡା ଖାଉଥିଲେ।